ଅନୁଗୁଳରେ ମୃଦୁ ଭୂମିକମ୍ପ

ଅନୁଗୁଳ:‌ ମଂଗଳବାର ଅପରାହ୍‌ଣରେ ଅନୁଗୁଳ ଜିଲ୍ଲାର କେତେକ ସ୍ଥାନ‌ରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି। ଅନୁଗୁଳ ଓ ତାଳଚେର ସହରାଂଚଳରେ ଅପରାହଣ ପ୍ରାୟ ୩ଟା ୨୫ ସମୟରେ ଭୂମିକମ୍ପ ‌ଅନୁଭୂତ ହୋଇଥିିଲା। ମାତ୍ର ୨ରୁ ୩ ସେକେଣ୍ଡ ମଧ୍ୟରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା କେତେଥିଲା, ତାହା ଜଣାପଡ଼ିନାହିଁ। ଭୂମିକମ୍ପ ଯୋଗୁଁ କୌଣସି ସ୍ଥାନରେ କ୍ଷୟ କ୍ଷତିରେ ହେବାର ସୂଚନା ମିଳି ନାହିଁ। ଏହା ପୂର୍ବରୁ ଗତ ୯ ଅଗଷ୍ଟ ୨୦୧୮ରେ ଅନୁଗୁଳରେ ଭୂମିକମ୍ପ ହୋଇଥିବା ବେଳେ ସେତେବେଳେ ରିକ୍ଟର ସ୍ଲେଲରେ ଏହାର ତୀବ୍ରତା ୩.୬ ରହିଥିଲା।

ସମ୍ବନ୍ଧିତ ଖବର