ଉତ୍ତର ଓଡ଼ିଶାରେ ଭୂମିକମ୍ପ

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ଉତ୍ତର ଓଡ଼ିଶାରେ ଭୂମିକଂପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲ୍‌ରେ ଏହାର ତୀବ୍ରତା ୫.୦ ଥିଲା ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ। ପଶ୍ଚିମବଙ୍ଗର ହୁଗୁଳି ଜିଲ୍ଲାରେ କେନ୍ଦ୍ରୀଭୂତ ଏହି ଭୂମିକମ୍ପ ଯୋଗୁଁ ବାଲେଶ୍ୱର, କେନ୍ଦୁଝର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାର ଅନେକ ସ୍ଥାନ ଥରି ଉଠିଥିଲା। ତେବେ କୌଣସି ସ୍ଥାନରେ କ୍ଷୟକ୍ଷତି ଘଟି ଥିବାର ଖବର ମିଳିନାହିଁ। ଲୋକମାନେ ଭୟଭିତ ହୋଇ ଘର ବାହାରକୁ ପଳାଇ ଆସିଥିଲେ।

ସମ୍ବନ୍ଧିତ ଖବର