କୋରାପୁଟ : ପଦ୍ମଶ୍ରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀର ରବିବାର ଭୋର ୧.୧୦ ମିନିଟରେ କଟକ ଏସସିବି ମେଡିକାଲରୁ ଆମ୍ବୁଲାନ୍ସରେ ଯୋଗେ ଜୟପୁର ଜିଲ୍ଲା ଡାକ୍ତରଖାନାରେ ପହଞ୍ଚିଥିଲା। କମଳା ପୂଜାରୀଙ୍କ ପାର୍ଥିବ ଶରୀର ପହଞ୍ଚିବା ପରେ ଜିଲ୍ଲା କଲେକ୍ଟର, ଜିଲ୍ଲା ଏସପି, ଜୟପୁର ସବ୍-କଲେକ୍ଟର, ତହସିଲଦାର, ଏସ୍ ଡି ପି ଓ, ବିଡିଓ, ସଦର ଥାନା ଅଧିକାରୀ, ତଥା ଅନ୍ୟ ଅଧିକାରୀ କମଳା ପୂଜାରୀଙ୍କ ପାର୍ଥିବ ଶରୀରକୁ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।

Advertisment

ରବିବାର ସକାଳ ୭.୩୦ ମିନିଟରେ ଏକ ଶୋଭାଯାତ୍ରା ଯୋଗେ ତାଙ୍କର ପାର୍ଥିବ ଶରୀର ତାଙ୍କ ଗାଁ ପାତ୍ରପୁଟରେ ପହଞ୍ଚିଛି। ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନର ଦିଆ ଯିବାପରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯିବ ବୋଲି ତାଙ୍କ ପୁଅ କହିଛନ୍ତି । ଅନ୍ତିମ ସଂସ୍କାର ଗାଁ ଶ୍ମଶାନରେ କରାଯିବ ବୋଲି ଜିଲ୍ଲା କଲେକ୍ଟର ସୂଚନା ଦେଇଛନ୍ତି।

କିଡ଼ନୀ ଜନିତ ସମସ୍ୟାରେ ଆକ୍ରାନ୍ତ ହୋଇ କମଳା କଟକ ଏସସିବିରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ଶନିବାର ଭୋର ୫ଟାରେ ତାଙ୍କର ପରଲୋକ ଘଟିଥିଲା।