ବଲାଙ୍ଗୀର ଜିଲ୍ଲାରେ ମୃଦୁ ଭୂମିକମ୍ପ!

ବଲାଙ୍ଗୀର/ଲୋଇସି˚ହା/ଡୁଡୁକା: ରବିବାର ଅପରାହ୍ନ ୨ଟା ୨୦ ମିନିଟରେ ‌ବଲାଙ୍ଗୀର ଜିଲ୍ଲା ଲୋଇସି˚ହା, ଫାସଡ, ମନହୀରା, ସଖମା, କୁଶଙ୍ଗ, ସରଗାଡ, ସି˚ହାଣୀମୁଣ୍ତା, ବୁରୋମୁଣ୍ଡା, ଜହ୍ନିପାଲି, ସାନଫାସଡ଼ ଆଦି ଅଞ୍ଚଳରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି। ମନହୀରା, ବୁରୋମୁଣ୍ତା, ଲୋଇସି˚ହା ଆଦି ଗ୍ରାମବାସୀଙ୍କ ସୂଚନା ଅନୁଯାୟୀ, ପ୍ରାୟ ୩୦ ସେକେଣ୍ତ ଧରି ଏକ ଶବ୍ଦ ହେବା ସହ ଭୂମି ଥରିଥିଲା। ଫଳରେ ଲୋକେ ଭୟଭୀତ ହେବା ସହ ବିଭିନ୍ନ ସ୍ଥାନରେ ଲୋକେ ଘରୁ ପଦାକୁ ବାହାରି ଆସିଥିଲେ। ସ୍ଥାନୀୟ ପୁଲିସକୁ ଏ ସ˚ପର୍କରେ ପଚାରିବାରେ ସେମାନେ କିଛି ଅନୁଭବ କରି ନ ଥିବା ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ଜରୁରିକାଳୀନ ଅଧିକାରୀ ଶଙ୍କର୍ଷଣ ପ୍ରଧାନଙ୍କୁ ପଚରାଯିବାରୁ ତାଙ୍କ ପାଖରେ କୌଣସି ତଥ୍ୟ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର