ଦେବଗଡ଼ : ବୁଧବାର ଦିନ ଜିଲ୍ଲାରେ ରାତି ପ୍ରାୟ ୧୧.୩୦ରୁ ୧୨ଟା ସମୟ ମଧ୍ୟରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା। ଭୂମିକମ୍ପ ପ୍ରାୟ ୨ ସେକେଣ୍ଡ ମଧ୍ୟରେ ହୋଇଥିବା ଅନୁମାନ କରାଯାଉଛି। ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇ ନାହିଁ। ଜିଲ୍ଲାରେ ଏକ ସପ୍ତାହ ମଧ୍ୟରେ ଭୂମିକମ୍ପର ୩ ଥର ଝଟକା ଅନୁଭୂତ ହୋଇଥିବା ବେଳେ ବର୍ତ୍ତମାନ ପରିସ୍ଥିତିରେ ଲୋକମାନେ ଆତଙ୍କିତ ହୋଇପଡ଼ିଛନ୍ତି। ସୂଚନା ଯୋଗ୍ୟ, ଗତ ୧୯ ତାରିଖ ଦିନ ମଧ୍ୟ ସଂଧ୍ୟା ପ୍ରାୟ ୫.୪୯ ମିନିଟ ସମୟରେ ଏବଂ ୨୪ ତାରିଖଦିନ ଦିନ ୧୧.୩୦ରୁ ୧୨ଟା ମଧ୍ୟରେ ଜିଲ୍ଲାରେ ଭୂମିକମ୍ପର ଝଟକା ଲୋକମାନେ ଅନୂଭୂତ କରିଥିଲେ।
ଦେବଗଡ଼ରେ ମୃଦୁ ଭୂମିକମ୍ପ
/sambad/media/post_attachments/wp-content/uploads/2019/06/ar-4.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)