କନ୍ଧମାଳରେ ମୃଦୁ ଭୂମିକମ୍ପ, ଲୋକେ ଭୟଭୀତ

ଦାରିଙ୍ଗବାଡ଼ି/ବାଲିଗୁଡ଼ା/ଭଞ୍ଜନଗର: କନ୍ଧମାଳ ଜିଲ୍ଲା ଓ ଏହାର ସୀମାନ୍ତ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳର ବିଭିନ୍ନ ଭାଗରେ ଆଜି ରାତି ୯ଟା ୪୯ ମିନିଟ୍‌‌ରେ ମୃଦୁ ଭୂକମ୍ପ ଅନୁଭୂତ ହୋଇଛି। ଦାରିଙ୍ଗବାଡ଼ି, ରାଇକିଆ, କ.ନୂଆଗାଁ, ତୁମୁଡ଼ିବନ୍ଧ ଓ ବାଲିଗୁଡ଼ା ସମେତ ଏହା ସୀମାବର୍ତ୍ତୀ ଗଞ୍ଜାମ ଜିଲ୍ଲାର ଭଞ୍ଜନଗର ଅଞ୍ଚଳରେ ମୃଦୁ ଭୂ-କମ୍ପର ଝଟ୍‌କା‌ ଅନୁଭୂତ ହୋଇଥିଲା।

Image Courtesy of Zee Business

ଦାରିଙ୍ଗବାଡ଼ିରେ ହଠାତ୍ ଘର କାନ୍ଥ ଓ ଭୂମି ଥରିବା ସହ ପ୍ରଚଣ୍ଡ ଶବ୍ଦ ହୋଇଥିଲା। ଫଳରେ ଲୋକମାନେ ଭୟରେ ଘରୁ ପଦାକୁ ଚାଲି ଆସିଥିଲେ। ସେହିପରି ଭଞ୍ଜନଗରରେ ଏ ସମୟରେ ବିଦ୍ୟୁତ କାଟ ହୋଇଥିବାରୁ ଲୋକେ ବାହାରେ ବୁଲୁଥିଲେ। ଏତିକିବେଳେ ହଠାତ୍ ଝଟ୍‌କା ଅନୁଭବ କରିଥିଲେ। କୌଣସି ସ୍ଥାନରୁ କ୍ଷୟକ୍ଷତି ବିଷୟରେ କିଛି ସ୍ପଷ୍ଟ ସୂଚନା ମିଳିନାହିଁ।

ସମ୍ବନ୍ଧିତ ଖବର