ସି-ସୋର ଠକେଇ ମାମଲା: ଆପିକଲ ପୂର୍ବତନ ଏମ୍‌ଡି ପ୍ରଦୀପ ହୋତାଙ୍କୁ ସର୍ତ୍ତମୂଳକ ଜାମିନ

କଟକ : ଆପିକଲର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ହୋତାଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଜାମିନ୍‌ ପ୍ରଦାନ କରିଛନ୍ତି। ୨ଲକ୍ଷ ଟଙ୍କା ଜମାନତ ରାଶି ଓ ୨ ଜାମିନଦାରଙ୍କ ବଦଳରେ ସେ ଜାମିନରେ ଯାଇପାରିବେ ବୋଲି କୋର୍ଟ ସର୍ତ୍ତ ରଖିଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ମାନସ ମହାପାତ୍ର ଓ ଆଇନଜୀବୀ ସିଦ୍ଧେଶ୍ୱର ମହାନ୍ତି ମାମଲା ପରିଚାଳନା କରୁଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ, ଶ୍ରୀ ହୋତା ୨୦୦୭, ନଭେମ୍ବର ୨୯ତାରିଖ ଠାରୁ ୨୦୧୦, ମେ ୩୧ତାରିଖ ପର୍ଯ୍ୟନ୍ତ ଆପିକଲର ପରିଚାଳନା ନିର୍ଦ୍ଦେଶକ ଥିଲେ। ୨୦୦୯ ମସିହା ଜୁଲାଇ ୧୬ତାରିଖରେ ସେ ସି-ସୋର କମ୍ପାନୀ ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଥିଲେ। କ୍ଷମତାର ଅପବ୍ୟବହାର କରି ତାଙ୍କ ପତ୍ନୀ ଉକ୍ତ କମ୍ପାନୀରେ ଜଣେ କର୍ମଚାରୀ ଥିବା ଦର୍ଶାଇଥିଲେ। ପରେ ସି-ସୋର ପରିଚାଳନା ନିର୍ଦ୍ଦେଶକ ପ୍ରଶାନ୍ତ ଦାଶଙ୍କଠୁ ୧୯ଲକ୍ଷ ୭୦ହଜାର ୯୨୫ଟଙ୍କା ଗ୍ରହଣ କରିଥିବା ସିବିଆଇ ପ୍ରମାଣ ପାଇବା ପରେ ପ୍ରଦୀପଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର