ଚଳିତ ଆର୍ଥିକ ବର୍ଷରେ ପୂର୍ବତଟ ରେଳପଥକୁ ସଫଳତା : ୧୮୩.୨୮ ନିୟୁତ ଟନ୍‌ ପଣ୍ୟ ବୋଝେଇ

ଭୁବନେଶ୍ବର : ଚଳିତ ଆର୍ଥିକବର୍ଷର ଫେବ୍ରୁଆରି ମାସ ପର୍ଯ୍ୟନ୍ତ ପୂର୍ବତଟ ରେଳବାଇ ୧୮୩.୨୮ ନିୟୁତ ଟନ୍ ମାଲ ପରିବହନ କରିଛି। ଅର୍ଥାତ୍‌ ୨୦୨୦ ଏପ୍ରିଲ ପହିଲାରୁ ୨୦୨୧ ଫେବ୍ରୁଆରି ୨୮ ପର୍ଯ୍ୟନ୍ତ ପ୍ରାୟ ଗତ ଆର୍ଥିକ ବର୍ଷର ଅନୁରୂପ ସମୟ ତୁଳନାରେ ପ୍ରାୟ ୧.୧୮ ନିୟୁତ ଟନ୍ ଅଧିକ ପରିବହନ କରି ପ୍ରାୟ ୦.୬% ଅଭିବୃଦ୍ଧି ପଞ୍ଜୀକରଣ କରିପାରିଛି।

କେବଳ ଫେବ୍ରୁଆରିରେ ପୂର୍ବତଟ ରେଳପଥ ପ୍ରାୟ ୧୮.୬୨ ନିୟୁତ ଟନ୍ ମାଲ ପରିବହନ କରିଛି। ଯାହାକି ଗତବର୍ଷର ଅନୁରୂପ ସମୟଠାରୁ ୫.୪% ଅଧିକ ହୋଇଛି। ଏହି ଲୋଡିଂ ଆକଳନ ହାସଲ କରିବାକୁ, ପୂର୍ବତଟ ରେଳପଥ ୨୦୨୧ ଫେବ୍ରୁଆରି ମାସରେ ଦୈନିକ ୧୦ ହଜାର ୧୬ ୱାଗନ୍ ବ୍ୟବହାର କରିଛି। ଗତ ଆର୍ଥିକ ବର୍ଷର ଅନୁରୂପ ଅବଧି ମଧ୍ୟରେ ୯୧୩୨ ୱାଗନ୍ ବ୍ୟବହାର କରାଯାଇଥିଲା। ସେହିପରି ଫେବ୍ରୁଆରି ୨୦୨୧ ଶେଷ ପର୍ଯ୍ୟନ୍ତ ତଥା ୨୦୨୦ ଏପ୍ରିଲ ପହିଲାରୁ ୨୦୨୧ ଫେବ୍ରୁଆରି ୨୮ ମଧ୍ୟରେ ପୂର୍ବତଟ ରେଳପଥ ଦୈନିକ ପ୍ରାୟ ୮୧୯୮ ୱାଗନ୍ ବ୍ୟବହାର କରିଛି। ପଣ୍ୟ ବୋଝେଇର ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ରେକ୍ ବୋଝେଇ କରିବାକୁ ଲକ୍ଷ୍ୟ ରଖିଛି।
ଏହାବ୍ୟତୀତ, ଖୋର୍ଧାରୋଡ଼ ରେଳମଣ୍ଡଳ ୨୦୨୧ ଫେବ୍ରୁଆରିରେ ୭୯ଟି ଲମ୍ୱା ଟ୍ରେନ୍ ଚଲାଇଛି, ଯାହାକି ଦିନକୁ ହାରାହାରି ୨.୭୮ ଟ୍ରେନ୍ ଅଟେ। ଏହା ଯେକୌଣସି ମାସଠାରୁ ସର୍ବାଧିକ। ସର୍ବାଧିକ ଟ୍ରେନ୍ ବେଗ ସହିତ ସର୍ବନିମ୍ନ ସମୟ ଅବଧିରେ ବିଭିନ୍ନ ଗନ୍ତବ୍ୟ ସ୍ଥାନକୁ ଅଧିକ ମାଲ ପରିବହନ କରିବା ପାଇଁ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳ ଦ୍ୱାରା ହାରାହାରି ୧୧୮ ୱାଗନ୍ ବିଶିଷ୍ଟ ୭୯ଟି ରେକ୍ କେବଳ ଗତ ଫେବ୍ରୁଆରି ମାସରେ ବ୍ୟବହାର କରାଯାଇଛି। ସେହିପରି ୱାଲଟିୟର ଓ ସମ୍ବଲପୁର ରେଳମଣ୍ଡଳ ମଧ୍ୟ ଅନୁରୂପ ଭାବେ ଏହି ସୂତ୍ରକୁ ବ୍ୟବହାର କରି ପାଣ୍ୟ ବୋଝେଇ ଲକ୍ଷ୍ୟ ହାସଲ କରିବା ପାଇଁ ଅଧିକ ଧ୍ୟାନ ଦେଇଛି। ପରିବହନ ହେଉଥିବା ଏହି ପଣ୍ୟଗୁଡ଼ିକ ହେଉଛି ଖୋର୍ଦ୍ଧା ରୋଡ୍ ରେଳମଣ୍ଡଳର ପ୍ରାଧିକରଣରୁ ମୁଖ୍ୟ ଲୋଡିଂ ପଏଣ୍ଟ ଯଥା କେନ୍ଦୁଝର, ଧାମରା, ପାରାଦୀପ, ତାଳଚେର ଇତ୍ୟାଦି ସ୍ଥାନରୁ କୋଇଲା, ଲୁହାପଥର, ଚୂନ ପଥର ବୋଝେଇ ଦ୍ୱାରା ସମ୍ଭବ ହୋଇପାରିଛି।

ସମ୍ବନ୍ଧିତ ଖବର