ଅକ୍ଟୋବର ୧୫ରେ ଆନନ୍ଦ ବିହାର-ଭୁବନେଶ୍ୱର ସଂପର୍କ କ୍ରାନ୍ତି ସ୍ୱତନ୍ତ୍ର ଟ୍ରେନ୍‌ ବାତିଲ୍‌

ଭୁବନେଶ୍ୱର: ତୁଣ୍ଡଲା-କାନପୁର ରେଳବାଇ ସେକ୍ସନର ଆପ୍‌-ରୁରା ଷ୍ଟେସନ୍‌ ମଧ୍ୟରେ ଆଜି ଏକ ମାଲବାହୀ ଟ୍ରେନ୍‌ ଖରାପ୍‌ ହୋଇଯିବାରୁ ପୂର୍ବତଟ ଅଭିମୁଖେ ଯାତାୟତ କରୁଥିବା କିଛି ଟ୍ରେନ୍‌ର ଦିଗ ପରିବର୍ତ୍ତନ କରାଯାଇଥିବା ବେଳେ ଏକ ଟ୍ରେନ୍‌କୁ ବାତିଲ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ଟ୍ରେନ୍‌ ନମ୍ବର ୦୨୮୨୦ ଆନନ୍ଦ ବିହାର-ଭୁବନେଶ୍ୱର ସଂପର୍କ କ୍ରାନ୍ତି ସ୍ୱତନ୍ତ୍ର ଟ୍ରେନ୍‌ ୨୦୨୧ ଅକ୍ଟୋବର ୧୫ରେ ଆନନ୍ଦ ବିହାରରୁ ବାତିଲ ହେବ। ଟ୍ରେନ୍‌ ନମ୍ବର ଟ୍ରେନ୍‌ ନମ୍ବର ୦୨୮୭୬ ଆନନ୍ଦ ବିହାର ପୁରୀ ସ୍ୱତନ୍ତ୍ର ଟ୍ରେନ୍‌ ଆନନ୍ଦବିହାରରୁ ଘଲାବାଦ-ମୋରଦାବାଦ-ଦୀନଦୟାଲ ଉପାଧ୍ୟାୟ ଷ୍ଟେସନ ମଧ୍ୟରେ ଚଳାଚଳ କରିବ।

ଟ୍ରେନ୍‌ ନମ୍ବର ୦୮୩୧୦ ଜମ୍ମୁ ତାଓ୍ଵି-ସମ୍ବଲପୁର ସ୍ୱତନ୍ତ୍ର ଟ୍ରେନ୍‌ ଜମ୍ମୁ ତାଓ୍ଵି ଠାରୁ ଅକ୍ଟୋବର ୧୪ରେ ଛାଡ଼ିବ। ଏହା ଗାଜିଆବାଦ-ମୋରଦାବାଦ-ଲୁକ୍‌ ମଧ୍ୟରେ ଚଳାଚଳ କରିବ। ସେହିପରି ଟ୍ରେନ୍‌ ନମ୍ବର ୦୮୩୦୯ ସମ୍ବଲପୁର-ଜମ୍ମୁ ତାଓ୍ଵି ସ୍ୱତନ୍ତ୍ର ଟ୍ରେନ୍‌ ସମ୍ବଲପୁରରୁ ପ୍ରୟାଗରାଜ ଛେଓକି-ମାଣିକପୁର-ଝାନ୍‌ସୀ-ଆଗ୍ରା କ୍ୟାଣ୍ଟ-ମିତାଓ୍ଵାଲ-ଛପରାମାରି ମଧ୍ୟରେ ଚଳାଚଳ କରିବ।

ସମ୍ବନ୍ଧିତ ଖବର