ବିଭିନ୍ନ ପରୀକ୍ଷା ସମୟରେ ଟ୍ରେନ୍‌ରେ ହେଉଥିବା ଭିଡକୁ ଦେଖି ପରୀକ୍ଷାର୍ଥୀଙ୍କ ପାଇଁ ଆଜିଠୁ ଚାଲିଲା ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର: ବିଭିନ୍ନ ପରୀକ୍ଷା ସମୟରେ ବାହାର ରାଜ୍ୟରୁ ଓ ରାଜ୍ୟର ବିଭିନ୍ନ ସ୍ଥାନରୁ ଅନେକ ପରୀକ୍ଷାର୍ଥୀ ଟ୍ରେନ୍‌ରେ ଯାତାୟାତ କରିଥାଆନ୍ତି। ଏହି ସମୟରେ ଟ୍ରେନ୍‌ରେ ପ୍ରବଳ ଭିଡ ହେଉଥିବା ଦେଖିବାକୁ ମିଳିଥାଏ। ତେଣୁ ପରୀକ୍ଷାର୍ଥୀ କିପରି ସହଜ ଓ ସୁବିଧାରେ ନିଜ ଲକ୍ଷ୍ୟସ୍ଥଳରେ ପହଞ୍ଚି ପାରିବେ ସେଥିପାଇଁ ଆଜିଠାରୁ ଇଷ୍ଟକୋଷ୍ଟ ରେଳବାଇ ପକ୍ଷରୁ ଦୁଇଟି ସ୍ୱତନ୍ତ୍ର ଟ୍ରେନ୍‌ ଚାଲିଛି।

ଗୋଟିଏ ଟ୍ରେନ୍‌ ଆଜି ଭୁବନେଶ୍ୱରରୁ ୨୦.୦୦/ ସନ୍ଧ୍ୟା ୮ଟାରେ ଛାଡ଼ି କୋରାପୁଟ, ବ୍ରହ୍ମପୁର-ବିଜୟନଗରମ୍ ଓ ରାୟଗଡ଼ା ହୋଇଯିବ। ଏହି ଟ୍ରେନ୍‌ ବିଶେଷ ଭାବେ ଦକ୍ଷିଣ ଓଡ଼ିଶା ଓ କଳାହାଣ୍ଡିରୁ ଅଧିକାଂଶ ପରୀକ୍ଷାର୍ଥୀଙ୍କ ପାଇଁ ସୁବିଧା ଯୋଗାଇବ।

ସେହିପରି ଦ୍ୱିତୀୟ ଟ୍ରେନ୍‌ଟି ପୁରୀରୁ ୨୩.୦୦/ ରାତି ୧୧ଟାରେ ବାହାରି ଭୁବନେଶ୍ୱରରୁ ଢ଼େଙ୍କାନାଳ ଦେଇ ସମ୍ବଲପୁର ଯିବ। ଢ଼େଙ୍କାନାଳ, ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ବରଗଡ଼, ବଲାଙ୍ଗୀର ଓ ଝାରସୁଗୁଡା ଆଦି ସ୍ଥାନର ପରୀକ୍ଷାର୍ଥୀମାନେ ଏହି ଟ୍ରେନ୍‌ର ସୁବିଧା ପାଇ ପାରିବେ। ଭଦ୍ରକ, ଭୁବନେଶ୍ୱର, ବାଲେଶ୍ୱର ଓ ବାରିପଦା ଆଡକୁ ଯିବାକୁ ଥିବା ପରୀକ୍ଷାର୍ଥୀମାନଙ୍କ ପାଇଁ ଖୋର୍ଦ୍ଧାରୋଡରୁ ଖୋର୍ଦ୍ଧାରୋଡ-ଖଡଗପୁର ପାସେଞ୍ଜର ଆଜି ୧୬.୪୫ (୬.୪୫)ଟା ପରିବର୍ତ୍ତେ ସନ୍ଧ୍ୟା୧୯.୩୦ (୭.୩୦)ଟାରେ ଛାଡିବ।

ଏହି ଦୁଇଟି ଟ୍ରେନ୍‌ରେ କେବଳ ଜେନେରାଲ କୋଚ ରହିବ। ପରୀକ୍ଷାର୍ଥୀ ଜେନେରାଲ ବୁକିିଂ କାଉଣ୍ଟରରୁ ଟିକେଟ ନେଇ ପାରିବେ। ନଚେତ ନିଜ ମୋବାଇଲ ଫୋନ୍‌ରୁ ବି ଏହି ଟ୍ରେନ୍‌ରେ ଯାତ୍ରା ପାଇଁ ଟିକେଟ କାଟି ପାରିବେ।

ସମ୍ବନ୍ଧିତ ଖବର