ପୂର୍ବତଟ ରେଳପଥରେ ଚାଲୁଥିବା ପ୍ରକଳ୍ପଗୁଡ଼ିକର ସମୀକ୍ଷା

ଭୁବନେଶ୍ବର : ପୂର୍ବତଟ ରେଳପଥର ମହାପ୍ରବନ୍ଧକ ପୁର୍ନେନ୍ଦୁ ଶେଖର ମିଶ୍ର ଗତକାଲି ଓ ଆଜି ରେଳସଦନଠାରେ ଗୁରୁତ୍ୱପୂର୍ଣ ପ୍ରକଳ୍ପଗୁଡ଼ିକର ଅଗ୍ରଗତି ସମ୍ବନ୍ଧରେ ସମୀକ୍ଷା କରିଛନ୍ତି। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଖୋର୍ଦ୍ଧା ରୋଡ୍‌-ବଲାଙ୍ଗୀର, ଅନୁଗୁଳ-ସୁକିନ୍ଦା, ତାଳଚେର-ବିମଳାଗଡ଼, ହରିଦାସପୁର-ପାରାଦୀପ ନୂତନ ରେଳ ଲାଇନ, ସମ୍ବଲପୁର-ଟିଟିଲାଗଡ଼ ଓ ଅନୁଗୁଳ-ସମ୍ବଲପୁର ମଧ୍ୟରେ ଦୋହରୀକରଣ ସହ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକ ରହିଛି। ପ୍ରକଳ୍ପଗୁଡ଼ିକର ସଫଳତା ପାଇଁ ଆବଶ୍ୟକ ସାମଗ୍ରୀ ଭାବେ ବିସ୍ତୃତ ଓ ସଠିକ ଯୋଜନା, କୁଶଳ ଟେଣ୍ଡର ପ୍ରକ୍ରିୟା ଓ ନିର୍ମାଣ କାର୍ଯ୍ୟର ତଦାରଖ ପ୍ରତି ବିଶେଷ ଧ୍ୟାନ ଦେବାକୁ ଅଧିକାରୀମାନଙ୍କୁ ପରାମର୍ଶ ଦେଇଛନ୍ତି।

ସମ୍ବନ୍ଧିତ ଖବର