ପୂର୍ବତଟ ରେଳପଥ ଅଧୀନରେ ଚଳାଚଳ କରିବ ଆଉ ୩ଟି ନୂଆ ମେମୁ ଟ୍ରେନ୍

ଭୁବନେଶ୍ବର : ପୂର୍ବତଟ ରେଳପଥ ଅଧୀନରେ ଆଉ ୩ଟି ନୂଆ ମେମୁ ଟ୍ରେନ୍ ଚଳାଚଳ କରିବ। ଗୋଟିଏ ମେମୁ ଟ୍ରେନ୍ ପୁରୀରୁ କଟକ ମଧ୍ୟରେ ଚଳାଚଳ କରିବାକୁ ଥିବା ବେଳେ ଦ୍ବିତୀୟଟି କଟକରୁ ଭଦ୍ରକ ଓ ତୃତୀୟଟି କଟକରୁ ପାରାଦୀପ ମଧ୍ୟରେ ଚାଲିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ପୁରୀ-କଟକ ମଧ୍ୟରେ ଚଳାଚଳ କରିବାକୁ ଥିବା ମେମୁ ଟ୍ରେନ୍ କଟକ-ପାରାଦୀପ ପାସେଞ୍ଜର ବଦଳରେ ଶନିବାରଠାରୁ ଚଳାଚଳ କରିବ। ୨୯ ତାରିଖରେ କଟକ-ପୁରୀ ମେମୁ ଟ୍ରେନ୍‌ ଚାଲିବ। ସେହିପରି କଟକ-ଭଦ୍ରକ-କଟକ ପାସେଞ୍ଜର ବଦଳରେ କଟକ-ଭଦ୍ରକ ମେମୁ ଟ୍ରେନ୍‌ ଚାଲିବ। ଯାହାକି ୨୮ ତାରିଖରେ କଟକରୁ ଓ ୨୯ ତାରିଖରେ ଭଦ୍ରକରୁ ଛାଡ଼ିବ। କଟକ-ପାରାଦୀପ ପାସେଞ୍ଜର ଟ୍ରେନ୍ ବଦଳରେ କଟକପାରାଦୀପ ମେମୁ ଟ୍ରେନ୍ ଚାଲିବ। ଫେରିବା ସମୟରେ ପାରାଦୀପ-କଟକ ମେମୁ ଟ୍ରେନ୍‌ ଭାବେ ଆସିବ। ସମସ୍ତ ମେମୁ ଟ୍ରେନଗୁଡିକ ପୂର୍ବରୁ ଚାଲୁଥିବା ପାସେଞ୍ଜର୍ ଟ୍ରେନ୍ ସମୟରେ ଚଳାଚଳ କରିବ।

ସମ୍ବନ୍ଧିତ ଖବର