ଭୁବନେଶ୍ୱର : କୋଭିଡ୍-୧୯ ସଂକ୍ରମଣ ରୋକିବା ଯୁଦ୍ଧରେ ସାମିଲ ହୋଇଛନ୍ତି ପୂର୍ବତଟ ରେଳପଥର ମହିଳା କର୍ମଚାରୀ। ସେମାନେ ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର, ଗାର୍ଡ, ଟୋକନ ପୋର୍ଟର, ଗ୍ୟାଙ୍ଗ୍ ଓମ୍ୟାନ୍, ଟେକ୍ନିସିଆନ୍, ଟିକେଟ କଲେକ୍ଟର, ରେଳ ସୁରକ୍ଷା ବଳର କର୍ମଚାରୀ ରୂପେ କାର୍ଯ୍ୟରତ ଅଛନ୍ତି। ଦେଶବ୍ୟାପୀ ଲକ୍ଡାଉନ୍ ଜାରି ରହିଥିବାରୁ ପୂର୍ବତଟ ରେଳପଥ ମାର୍ଚ୍ଚ ୨୨ରୁ ଏହାର ସମସ୍ତ ଯାତ୍ରୀ ସେବାକୁ ସ୍ଥଗିତ ରଖିବାକୁ ପଡ଼ିଥିଲା। ତେବେ ସାରା ଦେଶରେ ମାଲ୍ବାହୀ ଓ ପାର୍ସଲ୍ ଟ୍ରେନ ମାଧ୍ୟମରେ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଚାଲୁ ରହିଥିଲା। ପରବର୍ତ୍ତୀ ସମୟରେ ଅଟକି ରହିଥିବା ପ୍ରବାସୀଙ୍କ ପାଇଁ ଓ ଜନସାଧାରଣଙ୍କ ଆବଶ୍ୟକତା ପୂରଣ ଲାଗି ଶ୍ରମିକ ସ୍ପତନ୍ତ୍ର ଟ୍ରେନ ଚାଲିଥିଲା। ମହିଳା ରେଳ କର୍ମଚାରୀ ଏହି ସମୟରେ ଟ୍ରେନ ଚଳାଚଳ ଓ ପରିଚାଳନାରେ ଅଗ୍ରଣୀ ଭୂମିକା ନିର୍ବାହ କରିଥିଲେ।
ପ୍ରତ୍ୟକ୍ଷ ଟ୍ରେନ ଚଳାଚଳ କାର୍ଯ୍ୟରେ ସଂଶ୍ଳିଷ୍ଟ ରହି ଲୋକୋ ପାଇଲଟ, ଷ୍ଟେସନ ମାଷ୍ଟର, ଗାର୍ଡ ରୂପେ ଦାୟିତ୍ୱ ନିର୍ବାହ କରିଥିଲେ। ସେହିପରି ଗ୍ୟାଙ୍ଗ ଓମ୍ୟାନ, ସୁପରଭାଇଜର, ହେଲ୍ପର, ଟେକ୍ନିସିଆନ, ଇଲେକ୍ଟ୍ରିସିଆନ, କ୍ୟାରେଜ ଷ୍ଟାଫ୍, ଗେଟ୍ କିପର ଭାବେ କାର୍ଯ୍ୟ କରି ଟ୍ରାକ୍, ୱାଗନ, ଓଭରହେଡ ଉପକରଣ, କୋଚ ରକ୍ଷଣାବେକ୍ଷଣ, ସିଗନାଲ୍ ରକ୍ଷଣାବେକ୍ଷଣ ଓ ଅନ୍ୟାନ୍ୟ ଜରୁରିକାଳୀନ ବ୍ରେକ୍ଡାଉନ ପ୍ରତି ଅହୋରାତ୍ର ଧ୍ୟାନ ଦେଇଥିଲେ। ରେଳ ସୁରକ୍ଷା ବଳରେ ନିୟୋଜିତ ମହିଳା କର୍ମଚାରୀ ଟିକେଟ ଯାଞ୍ଚ, ସ୍ବଚ୍ଛତା ଯାଞ୍ଚ, ଷ୍ଟେସନରେ କୋଭିଡ୍-୧୯ ସୁରକ୍ଷା ଆଚାରସଂହିତାକୁ କାର୍ଯ୍ୟକାରୀ କରିବା କ୍ଷେତ୍ରରେ ପ୍ରତ୍ୟକ୍ଷ ରୂପେ ଜଡ଼ିତ ଥିଲେ। ଟ୍ରେନକୁ ସୁରକ୍ଷା ଦେବା, ଷ୍ଟେସନରେ ପାଟ୍ରୋଲିଂ, ଭୋକିଲାଙ୍କୁ ଖାଦ୍ୟ ବଣ୍ଟନ କାର୍ଯ୍ୟରେ ମଧ୍ୟ ନିୟୋଜିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/railway-3.jpg)