ପୂର୍ବତଟ ରେଳପଥରେ ୩ ଲକ୍ଷ ଖାଦ୍ୟ ପ୍ୟାକେଟ୍‌ ବଣ୍ଟନ

ଭୁବନେଶ୍ବର : ଲକ୍‌ଡାଉନ ସମୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ପ୍ରାୟ ୧୩ ଲକ୍ଷ ୩୬ ହଜାର ମାଗଣା ଖାଦ୍ୟ ପ୍ୟାକେଟ/ଭୋଜନ ପ୍ରଦାନ କରାଯାଇଛି। ମେ’ ୨ରୁ ଜୁନ ୧୪ ତାରିଖ ମଧ୍ୟରେ ଭାରତୀୟ ରେଳପଥ କ୍ୟାଟରିଂ ଓ ଟୁରିଜିମ କର୍ପୋରେସନ ସହାୟତାରେ ଏହାର ପରିସୀମା ମଧ୍ୟରେ ପ୍ରାୟ ୧୧ ଲକ୍ଷ ୪ ହଜାର ମାଗଣା ଖାଦ୍ୟ ପୁଡ଼ିଆ ଯୋଗାଇ ଦେଇଛି। ମାର୍ଚ୍ଚ ୨୭ରୁ ମେ’ ୨ ତାରିଖ ମଧ୍ୟରେ ରେଳପଥ ପରିସୀମା ମଧ୍ୟରେ ବିଭିନ୍ନ ଷ୍ଟେସନଗୁଡ଼ିକରେ ସ୍ଥାନୀୟ ଗରିବ ଓ ଦୁସ୍ଥ ଲୋକଙ୍କୁ ରେଳବାଇ ସୁରକ୍ଷା ବଳ, ଆଇଆରସିଟିସି, ବେସରକାରୀ ସଂସ୍ଥା ଓ ସ୍ବେଚ୍ଛାସେବୀ ସଙ୍ଗଠନଙ୍କ ସହାୟତାରେ ପ୍ରାୟ ୨ ଲକ୍ଷ ୩୨ ହଜାର ଖାଦ୍ୟ ପୁଡ଼ିଆ ଓ ରନ୍ଧା ଖାଦ୍ୟ ପ୍ରଦାନ କରାଯାଇଥିବା ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର