ଭୁବନେଶ୍ବର : ଭାରତୀୟ ରେଳବାଇ କାର୍ମିକ ସେବା ୧୯୮୭ ବ୍ୟାଚ୍ର ବରିଷ୍ଠ ଅଧିକାରୀ ତୁଷାରକାନ୍ତି ମଣ୍ଡଳ ପୂର୍ବତଟ ରେଳପଥର ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ପୂର୍ବତଟ ରେଳପଥରେ ଯୋଗଦାନ ପୂର୍ବରୁ ଶ୍ରୀ ମଣ୍ଡଳ ମୁମ୍ବାଇସ୍ଥିତ କେନ୍ଦ୍ରୀୟ ରେଳପଥର ମୁଖ୍ୟ କାର୍ମିକ ଅଧିକାରୀ(ପ୍ରଶାସନ) ଭାବେ କାର୍ଯ୍ୟ କରୁଥିଲେ। ସେ ଗୌହାଟୀସ୍ଥିତ ରେଲୱେ ଭର୍ତି ବୋର୍ଡରେ କାର୍ଯ୍ୟ କରିଥିବା ବେଳେ ଭାରତୀୟ ରେଳବାଇର ବିଭିନ୍ନ ପଦ ପଦବିରେ ମଧ୍ୟ ସୂଚାରୁ ଭାବେ କାର୍ଯ୍ୟ କରିଛନ୍ତି। ପୂର୍ବ ରେଳପଥର ହାଓଡ଼ା, ସିଆଲ୍ଦା ଓ ମାଲଦା ରେଳମଣ୍ଡଳରେ ମଧ୍ୟ କାର୍ଯ୍ୟ କରିଥିଲେ। ହାଇଦ୍ରାବାଦସ୍ଥିତ ଇଣ୍ଡିଆନ ସ୍କୁଲ ଅଫ ବିଜନେସ ମ୍ୟାନେଜମେଣ୍ଟରେ ଷ୍ଟାଟେଜିକ୍ ମ୍ୟାନେଜମେଣ୍ଟ ସମ୍ବନ୍ଧରେ ସ୍ନାତକୋତ୍ତର ଡିଗ୍ରି ପ୍ରଶିକ୍ଷଣ ନେବା ସହ ୨୦୦୮ରେ କାନାଡ଼ାସ୍ଥିତ ରଟମ୍ୟାନ ମ୍ୟାନେଜମେଣ୍ଟ ସ୍କୁଲରେ ଆଡଭାନ୍ସ ମ୍ୟାନେଜମେଣ୍ଟ ପ୍ରଶିକ୍ଷଣ ହାସଲ କରିଛନ୍ତି।
ପୂର୍ବତଟ ରେଳପଥର ନୂତନ ପ୍ରମୁଖ ମୁଖ୍ୟ କାର୍ମିକ ଅଧିକାରୀ
/sambad/media/post_attachments/wp-content/uploads/2020/09/Tushar-Kanti-Mandal.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)