ଭୁବନେଶ୍ବର: ପୂର୍ବତଟ ରେଳପଥ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ରେଳ ସଦନଠାରେ ସଦ୍ଭାବନା ଦିବସ ପାଳିତ ହୋଇଛି। ଏହି ଅବସରରେ ଏକ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଥିଲା। ରେଳପଥର ମହାପ୍ରବନ୍ଧକ ବିଦ୍ୟାଭୂଷଣ ମୁଖ୍ୟ ଅତିଥି ଭାବେ ଯୋଗଦେଇ ରେଳବାଇ କର୍ମଚାରୀ ଓ ଅଧିକାରୀଙ୍କୁ ଜାତି, ଧର୍ମ, କ୍ଷେତ୍ର, ଭାଷାଗତ ବିଭିନ୍ନତା ବିନା ଦେଶର ସମସ୍ତ ଜନସାଧାରଣଙ୍କ ଭାବନାତ୍ମକ ଏକତା ଓ ସଦ୍ଭାବନା ପାଇଁ କାର୍ଯ୍ୟକରିବା ସହ ହିଂସା ବିନା ବାର୍ତ୍ତାଳାପ, ସାମ୍ବିଧାନିକ ବ୍ୟବସ୍ଥା ମାଧ୍ୟମରେ ସମସ୍ତ ମତଭେଦକୁ ଦୂରେଇ କାର୍ଯ୍ୟ ସମ୍ପାଦନ କରିବାକୁ ଶପଥ ପାଠ କରାଇଥିଲେ। ପୂର୍ବତଟ ରେଳପଥର ପ୍ରମୁଖ କର୍ମୀଙ୍କ ଅଧିକାରୀ ପ୍ରକାଶ ଚନ୍ଦ୍ର ନାୟକ ଏହି ଉତ୍ସବକୁ ପରିଚାଳନା କରିଥିଲେ।
ପୂର୍ବତଟ ରେଳପଥ ପକ୍ଷରୁ ସଦ୍ଭାବନା ଦିବସ
/sambad/media/post_attachments/wp-content/uploads/2019/08/zavadbabda.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)