ବିଷାକ୍ତ ଫଳ ଖାଇ ଗୋଟିଏ ପରିବାରର ୬ ଜଣ ଅସୁସ୍ଥ

ଖଲ୍ଳିକୋଟ: ବି ଗଣ୍ଡାପଲ୍ଲୀ ଗ୍ରାମର ହରିହର ଦାସଙ୍କ ପରିବାରର ୬ଜଣ ସଦସ୍ୟ ବିଷାକ୍ତ ଫଳ ଖାଇ ଗୁରୁତର ଭାବେ ଅସୁସ୍ଥ ହୋଇଛନ୍ତି । ସୂଚନା ମୁତାବକ ଜଙ୍ଗଲରୁ ଏକ ଫଳ ଆଣି ରୋଷେଇ କରି ପରିବାରର ସବୁ ସଦସ୍ୟ ଖାଇ ଥିଲେ । ବୁଧବାର ରାତିପ୍ରାୟ ୧୧ ସମୟରେ ଫଳ ଖାଇଥିବା ପରିବାରର ୬ ସଦସ୍ୟ ଶାଶୁ, ବୋହୂ, ଝିଅ ଏବଂ ୩ ଜଣ ନାତୁଣୀ ଗୁରୁତର ଭାବେ ଅସୁସ୍ଥ ହୋଇପଡିଥିଲେ । ସମସ୍ତ ଅସୁସ୍ଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ଖଲ୍ଳିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର