ବିଷାକ୍ତ ଛତୁ ଖାଇ ୪ ଅସୁସ୍ଥ

ଧର୍ମଶାଳା : ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାରର ୪ଜଣ ଅସୁସ୍ଥ ହୋଇଛନ୍ତି। ଧର୍ମଶାଳା ବ୍ଲକ୍‌ ଅରାବଳ ପଞ୍ଚାୟତ ବାଲିକୁଦା ଗ୍ରାମର ରାଜକିଶୋର ଜେନାଙ୍କ ପତ୍ନୀ ସଂଯୁକ୍ତା(୫୦), ପୁଅ ଆଲୋକ ରଞ୍ଜନ(୧୫), ବିବାହିତା ଝିଅ ପ୍ରିୟଙ୍କା ଜେନା(୨୮) ଓ ନାତି ପ୍ରିୟଞ୍ଜିତ୍ ରାଉତରାୟ(୪)ଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ପ୍ରକାଶ ଯେ, ନିଜ ବାଡ଼ିରେ ହୋଇଥିବା ଛତୁକୁ ମଧ୍ୟାହ୍ନରେ ରୋଷେଇ କରି ପରିବାର ଲୋକେ ଖାଇଥିଲେ। ଛତୁ ଖାଇବାର କିଛି ସମୟ ପରେ ସଂଯୁକ୍ତା, ଆଲୋକ ଓ ପ୍ରିୟଞ୍ଜିତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ପ୍ରିୟଙ୍କା ମଧ୍ୟ ସାମାନ୍ୟ ଅସୁସ୍ଥ ହୋଇଛନ୍ତି। ଚିକିତ୍ସା ପରେ ସେମାନଙ୍କ ସ୍ବାସ୍ଥ୍ୟାବସ୍ଥା ଭଲଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର