ଭୁବନେଶ୍ବର : ଗତକାଲି କନ୍ଧମାଳ ଜିଲ୍ଲାରେ ମାଓବାଦୀଙ୍କ ଗୁଳିରେ ମୃତ୍ୟବରଣ କରିଥିବା ଗ୍ରାମ ରୋଜଗାର ସେବିକା ସଂଯୁକ୍ତା ଦିଗାଲଙ୍କ ପରିବାରକୁ କ୍ଷତିପୂରଣ ବାବଦରେ ନିର୍ବାଚନ କମିସନଙ୍କ ପକ୍ଷରୁ ୩୦ ଲକ୍ଷ ଟଙ୍କା ପ୍ରଦାନ କରାଯିବ। ସଂଯୁକ୍ତାଙ୍କ ମୃତ୍ୟୁରେ ପୁଣି ଥରେ ଶୋକ ପ୍ରକାଶ କରିବା ସହ ଆଜି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ଘୋଷଣା କରିଛନ୍ତି। ଏଥିପାଇଁ ଆବଶ୍ୟକ ସରକାରୀ ଔପଚାରିକତା ସମ୍ପୂର୍ଣ୍ଣ ହେବା ପରେ ମୃତ ସଂଯୁକ୍ତାଙ୍କ ପରିବାରକୁ ଏହି କ୍ଷତିପୂରଣ ପ୍ରଦାନ କରାଯିବ।

Advertisment

ପ୍ରକାଶଥାଉକି ଗତକାଲି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ଲୁଇସିଂ ପଞ୍ଚାୟତର ବାରାହଲା ଗ୍ରାମର ୧୨ ନମ୍ବର ବୁଥରେ ଭୋଟ ଗ୍ରହଣ ପାଇଁ ପୋଲିଂ କର୍ମଚାରୀଙ୍କ ସହ ଗ୍ରାମ ରୋଜଗାର ସେବିକା ସଂଯୁକ୍ତା ଦିଗାଲ ଯାଉଥିବାବେଳେ ମାଓବାଦୀଙ୍କ ଆଖିବୁଜା ଗୁଳିଚାଳନାରେ ତାଙ୍କ ମୁଣ୍ଡରେ ଗୁଳି ବାଜିବାରୁ ମୃତ୍ୟୁ ହୋଇଥିଲା।