ଭୁବନେଶ୍ବର : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିମାନ ଯାଞ୍ଚ ହେଲା। ମାଜିେଷ୍ଟ୍ରଟ୍ ଓ ପୁଲିସ କର୍ମଚାରୀଙ୍କ ସହିତ ପ୍ରବଳ ପାଟିତୁଣ୍ଡ, ଯୁକ୍ତିତର୍କ କଲେ କେନ୍ଦ୍ରମନ୍ତ୍ରୀ। ସୋସିଆଲ ମିଡିଆରେ ଏହା ଭାଇରାଲ୍ ହୋଇଛି। ରାଉରକେଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିମାନ ଯାଞ୍ଚ ହେଲା। ମୁଖ୍ୟମନ୍ତ୍ରୀଙ୍କ ବିମାନ ଭିତରେ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ ଅଧିକାରୀ। ଶେଷରେ ମୁଖ୍ୟମନ୍ତ୍ରୀ କର୍ମଚାରୀଙ୍କୁ ଧନ୍ୟବାଦ ଜଣାଇଲେ। ଏ ଭିଡିଓ ବି ଭାଇରାଲ୍ ହୋଇଛି।
ଏହାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଜୋର ଧରିଥିବା ବେଳେ ମଙ୍ଗଳବାର ଆଉ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନକୁ ଯାଞ୍ଚ କରି ଅଡୁଆରେ ଫସିଯାଇଛନ୍ତି ନିର୍ବାଚନ ପର୍ଯ୍ୟବେକ୍ଷକ। ଭାରତର ନିର୍ବାଚନ କମିସନ ତତ୍କାଳ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାକୁ ଯାଇ ୧୯୯୬ ବ୍ୟାଚ୍ କର୍ଣ୍ଣାଟକ କ୍ୟାଡର ଆଇଏଏସ୍ ଅଫିସର ତଥା ସାଧାରଣ ପର୍ଯ୍ୟବେକ୍ଷକ ମହମ୍ମଦ ମହସିନଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି। କେବଳ ସେତିକି ନୁହେଁ, ତାଙ୍କ େହଡକ୍ବାଟର୍ସ ସମ୍ବଲପୁରରେ ଧାର୍ଯ୍ୟ ହୋଇଛି।
/sambad/media/post_attachments/wp-content/uploads/2019/04/4-1-300x216.jpg)
ମିଳିଥିବା ସୂଚନା ଅନୁସାରେ ନିର୍ବାଚନରେ ଅର୍ଥ, ବାହୁବଳ ଆଦି ଅଭିଯୋଗ ଜୋର ଧରିଥିବା ବେଳେ ଏହାକୁ ରୋକିବା ଲାଗି ଚଳିତ ଥର ନିର୍ବାଚନ କମିସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ଜଣେ ପରେ ଜଣେ ଭିଭିଆଇପିଙ୍କ ବିମାନ ଯାଞ୍ଚ ଆରମ୍ଭ ହୋଇଛି। ବିଜେଡି ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ପୂର୍ବରୁ ରାୟଗଡାରେ ଥରେ ମୁଖ୍ୟମନ୍ତ୍ରୀଙ୍କ ବିମାନ ଯାଞ୍ଚ କରାଯାଇଥିଲା। ମଙ୍ଗଳବାର ରାଉରକେଲାରେ ମୁଖ୍ୟମନ୍ତ୍ରୀ ଓହ୍ଲାଇବା ମାତ୍ରେ ତାଙ୍କ ବିମାନ ଯାଞ୍ଚ ଲାଗି ଅଧିକାରୀ ଅନୁମତି ମାଗିଥିଲେ। ତାଙ୍କ ସୁଟକେସ୍, ବ୍ୟାଗ୍ ଆଦି ଅଧିକାରୀମାେନ ତନ୍ନ ତନ୍ନ କରି ଯାଞ୍ଚ କରିଥିଲେ। ମୁଖ୍ୟମନ୍ତ୍ରୀ ବିମାନରେ ବସି ରହିଥିଲେ। ପରେ ଅଧିକାରୀଙ୍କୁ ଧନ୍ୟବାଦ ଜଣାଇଥିଲେ ନବୀନ।
ଏପଟେ ସମ୍ବଲପୁରରେ ପ୍ରଧାନମନ୍ତ୍ରୀଙ୍କ ବିମାନକୁ ମଧ୍ୟ ଯାଞ୍ଚ କରାଯାଇଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀ ଓହ୍ଲାଇବା ପରେ ଅଧିକାରୀମାନେ ତାଙ୍କ ବିମାନର ଯାଞ୍ଚ କରିଥିଲେ। ଏସପିଜି ସୁରକ୍ଷା କାରଣରୁ ତାଙ୍କ ବିମାନ ଯାଞ୍ଚ କଟକଣା ରହିଛି। ଏହାକୁ ନେଇ ପ୍ରଧାନମନ୍ତ୍ରୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଥିଲେ।
ଭାରତର ନିର୍ବାଚନ କମିସନରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଓଡ଼ିଶା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁେରନ୍ଦ୍ର କୁମାର ଏ ନେଇ ରିେପାର୍ଟ େଦଇଥିଲେ। ସାଧାରଣ ପର୍ଯ୍ୟବେକ୍ଷକ ମହମ୍ମଦ ମହସିନ୍ ନିର୍ବାଚନ କମିସନଙ୍କ ନିେର୍ଦଶାବଳୀ ଅନୁସାରେ କାର୍ଯ୍ୟ କରିନଥିବା କୁହାଯାଇଥିଲା। ଜିଲ୍ଲା ନିର୍ବାଚନ ଅଧିକାରୀ ଓ ସମ୍ବଲପୁର ଡିଆଇଜି ମଧ୍ୟ ଏ େନଇ ଲିଖିତ ରିେପାର୍ଟ ଭାରତର ନିର୍ବାଚନ କମିସନଙ୍କୁ େଦଇଥିଲେ। ଏଥିରୁ ଆପାତତଃ ପ୍ରମାଣ ମିଳିଥିବା ଦର୍ଶାଇ କମିସନ ମହମ୍ମଦ ମହସିନଙ୍କୁ ନିଲମ୍ବିତ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/04/IAS-officer.jpg)