୩ ଦିନିଆ ଓଡ଼ିଶା ଗସ୍ତରେ ଭୁବନେଶ୍ୱର ପହଂଚିଲେ ନିର୍ବାଚନ କମିସନ ଟିମ୍‌

ଭୁବନେଶ୍ୱର: ନିର୍ବାଚନ କମିସନ ଟିମ୍‌ ୩ ଦିନିଆ ଗସ୍ତରେ ଭୁବନେଶ୍ୱରରେ ପହଂଚିଛନ୍ତି। ନିର୍ବାଚନ କମିସନ ୬ ଜଣିଆ ଟିମ୍‌ ବୁଧବାର ରାତି ସ୍ଥାନୀୟ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ନିଜର ପହଂଚିଛନ୍ତି। ଟିମ୍‌ ୧୪ ଏବଂ ୧୫ ତାରିଖରେ ନିର୍ବାଚନ ପ୍ରସ୍ତୁତିର ସମୀକ୍ଷା କରିବେ। ନିର୍ବାଚନର ସ୍ଥିତି ଓ ସ୍ତର ସଂପର୍କରେ ସମୀକ୍ଷା ପାଇଁ ଏହି ଟିମ୍‌ ଆସିଥିବା ଜଣାପଡ଼ିଛି। ନିର୍ବାଚନ କମିସନ ଅଶୋକ ଲାଭାସାଙ୍କ ନେତୃତ୍ୱରେ ଉପ-ନିର୍ବାଚନ କମିସନର ଚନ୍ଦ୍ରଭୂଷଣ କୁମାର, ଡିକେ ଶର୍ମା (ଡିଜି, ବ୍ୟୟ), ଶ୍ରୀମତୀ ସେଫାଳୀ ଶରଣ (ଏଡିଜି, ପିଆଇବି), ନିଖିଳ କୁମାର (ନିର୍ଦ୍ଦେଶକ), ରାକେଶ କୁମାର (ସଚିବ) ଭୁବନେଶ୍ୱର ଆସିଛନ୍ତି।

ସମ୍ବନ୍ଧିତ ଖବର