ଭୁବନେଶ୍ୱର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହେଲା ଏକମୋ ମେସିନ

ଭୁବନେଶ୍ୱରର କିମ୍ସ ହସ୍ପିଟାଲରେ କାର୍ଯ୍ୟକ୍ଷମ ହୋଇଛି ଏକମୋ ଚିକିତ୍ସା । ସଫଳତାର ସହ ଏକମୋ ମେସିନ କାର୍ଯ୍ୟକ୍ଷମ ହୋଇଥିବା ହସ୍ପିଟାଲ ପକ୍ଷରୁ ସୂଚନା ଦିଆଯାଇଛି । କରୋନାରେ ଆକ୍ରାନ୍ତ ହେବା ପରେ ଫୁସଫୁସ ସଂକ୍ରମିିତ ହେବା କାରଣରୁ ଏକମୋ ଚିକିତ୍ସା ଶେଷ ଭରସା ପାଲଟିଛି ।

ଏହି ସୁବିଧା ରାଜ୍ୟ ଭିତରେ ଅଳ୍ପ କେତେକ ହସ୍ପିଟାଲରେ ଉପଲବ୍ଧ ହେଉଥିବାରୁ ଗତ କିଛି ଦିନ ଭିତରେ ଏକାଧିକ ରୋଗୀ ରାଜ୍ୟ ବାହାରକୁ ଯାଇ ଚିକିତ୍ସିତ ହେଉଛନ୍ତି । ତେବେ ରାଜ୍ୟ ବାହାରକୁ ଏୟାରଲିଫ୍ଟରେ ଯିବାକୁ ପଡୁଥିବାରୁ ଏଥିପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରିବାକୁ ପଡୁଛି ।

ସମ୍ବନ୍ଧିତ ଖବର