ଏସ୍‌ସିବିରେ ଏକ୍‌ମୋ ଚିକିତ୍ସା ବ୍ୟବସ୍ଥା, ଆଜି ୨ୟ ପର୍ଯ୍ୟାୟ ତାଲିମରେ ଯିବେ ଡାକ୍ତର ଓ କର୍ମଚାରୀ

କଟକ : ଏସ୍‌ସିବି ଏକ୍‌ମୋ ୟୁନିଟ୍‌କୁ ଅଗଷ୍ଟ ୧୫ରେ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କ ପାଇଁ ଉତ୍ସର୍ଗ କରିବେ। ଏହା ଭିତରେ ୯ଟି ଏକ୍‌ମୋ ସେସିନ୍‌ ଆସି ଏସ୍‌ସିବିରେ ବସିସାରିଛି। ଏହାକୁ ଚଳାଇବା ପାଇଁ ଦ୍ବିତୀୟ ପର୍ଯ୍ୟାୟ ତାଲିମ୍‌ ନେବାକୁ ସୋମବାରଠାରୁ ୧୦ଜଣିଆ ଟିମ୍‌ କଲିକତା ଯିବେ ବୋଲି ସ୍ବାସ୍ଥ୍ୟବିଭାଗ ତଥ୍ୟରୁ ଜଣାପଡିଛି। ଏହି ଟିମ୍‌ରେ ୩ଜଣ ନିଶ୍ଚେତକ ବିଭାଗ ବିଶେଷଜ୍ଞ, ୩ଜଣ ପରଫ୍ୟୁଜିନିଷ୍ଟ ଓ ୪ଜଣ ଷ୍ଟାଫ୍‌ ନର୍ସ ଯାଉଛନ୍ତି।

ସୂଚନାଯୋଗ୍ୟ, ପ୍ରଥମ ପର୍ଯ୍ୟାୟରେ ୯ଜଣ ଡାକ୍ତର ଓ କର୍ମଚାରୀ ତାଲିମ୍‌ ନେଇ ଫେରିଛନ୍ତି ଓ ଏଥିପାଇଁ ସମସ୍ତ ନିଯୁକ୍ତି ପ୍ରକ୍ରିୟା ସରିଛି। ଏକ୍‌ମୋ ପାଇଁ ଏସ୍‌ସିବି ହୃଦ୍‌ରୋଗ ବିଭାଗ କୋଠାରେ କାର୍ଡିଓଥୋରାସିସ୍‌ ବିଭ‌ାଗର ଆଇସିୟୁ ପାଖରେ ଓ ୩ଟି ମେସିନ୍‌ କୋଠାର ତଳମହଲାରେ ରହିବ। ଏଥିପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ମଧ୍ୟ କାର୍ଯ୍ୟ ଶେଷ ହୋଇଛି।

ସମ୍ବନ୍ଧିତ ଖବର