ପୁଟିସିଲ୍‌ରେ ହେବ ଇକୋରିଟ୍ରିଟ୍‌ : ନଭେମ୍ବର ୧୫ ପରେ ଜନସାଧାରଣଙ୍କ ପାଇଁ ଖୋଲିବ, ମନମୋହିବ କୋରାପୁଟିଆ ସାଂସ୍କୃତିକ କାର୍ଯ୍ୟକ୍ରମ

କୋରାପୁଟ: ହାତକୁ ହାତ ଧରା ଧରି ହୋଇଥିବା ପାହାଡ। ଏହା ମଝିରେ ସମତଳ ଭୂମି। ଏଥିରେ ହେବ ୨୦ରୁ ୨୨ଟି କଟେଜ୍‌। ଆସନ୍ତା ନଭ‌େମ୍ବର ମାସ ୧୫ ତାରିଖ ପରଠାରୁ କୋରାପୁଟ ଜିଲଲ୍ଲାରେ ହେବ ଇକୋରିଟ୍ରିଟ୍‌। ଓଡ଼ିଶାର ସ୍ବିଜରଲ୍ୟାଣ୍ଡ କୁହାଯାଉଥିବା ସେମଳିଗୁଡା ବ୍ଲକ ପୁଟିସି୍ଲରେ ହେବ ଇକୋରିଟ୍ରିଟ୍‌। ଓଡ଼ିଶାର କୋଣାର୍କ, ଭିତରକନିକା, ହୀରକୁଦଳ ସାତାକୋଶିଆ ଓ ଦାରିଙ୍ଗିବାଡି ପରେ କୋରାପୁଟ ଜିଲ୍ଲାର ପୁଟିସିଲ ପେଣ୍ଡାଜାମ୍‌ରେ ହେବ ଇକୋଟ୍ରିଟ୍‌ ହବ। ଏହା ମାର୍ଚ୍ଚ ଶେଷ ଯାଏ ଚାଲିବ। ଏଥିପାଇଁ କୋରାପୁଟ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପର୍ଯ୍ୟଟନ ବିଭାଗ ସବୁ ବ୍ୟବସ୍ଥା କରିଥିବା ବେଳେ ସରକାରଙ୍କ ଅନୁମୋଦନକୁ ଅପେକ୍ଷା କରାଯାଇଛି।

ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା କୋରାପୁଟ ଜିଲ୍ଲାର କେଉଁଠି ହେବ ଇକୋରିଟ୍ରିଟ୍‌? କୋରାପୁଟ ଜିଲ୍ଲାରେ ମାଳମାଳ ପର୍ଯ୍ୟଟନ ସ୍ଥଳ ରହିଥିବାବେଳେ ପୁଟିସିଲରେ ହେବ ସରକାରଙ୍କର ଏହି ମହତ୍ବକାକ୍ଷୀ ଇକୋରିଟ୍ରିଟ୍‌ । କୋରାପୁଟ ଜିଲ୍ଲାର ଦେଓମାଳି, ପୁଞ୍ଜିସିଲ୍‌, ଡୁଡୁମା, ରାଣି ଡୁଡୁମା, କୋଲାବ, କୋଟପାଡ, ଗାଲିଗବଦର ପରି ବହିୁ ଦର୍ଶନୀୟ ସ୍ଥାନ ରହିଥିବାବେଳେ ପୁଟିସିଲରେ ହେବ ଇକୋରିଟ୍ରିଟ୍‌। ଏହିଠାରେ ରାୟାଲ କଟେଜ୍‌ ଓ ଡିଲକ୍ସ କଟେଜ୍‌ ନାମରେ ଦୁଇ ପ୍ରକାର କଟେଜ୍‌ ରହିବ। ଏହାସହ ଦୁଇଟି ପ୍ୟାକେଜ୍‌ ମଧ୍ୟ ଘୋଷଣା ହୋଇଥିବା ଜଣାପଡ଼ିଛି। ଗୋଟିଏ ହେଉଛି ଗୋଟିରାତି/ଦୁଇଦିନ ପ୍ୟାକେଜ୍‌ ଓ ଦୁଇ ରାତି/ତିନିଦିନ ପ୍ୟାକେଜ୍‌। ଏହିଠାରେ ୫ ତାରକା ହେଟେଲ ପରି ସବୁ ସୁବିଧା ମିଳିବ। ଏହାସହ କୋରାପୁଟିଆ ସାଂସ୍କୃ୍ତିକ କାର୍ଯ୍ୟକ୍ରମ, ଟୁର ଗାଇଡ୍‌, ପାହାଡ ଚଢା ବା ଟ୍ରେକିଂ, ସ୍ୟାଣ୍ଡ ଆର୍ଟ, ଯୋଗ, ଏଟିଭି, ରାଇଫଲ ସୁଟିଂ ଓ ତୀରନ୍ଦାଜୀ ପରି ମନୋରଞ୍ଜନ ସୁବିଧା ମିଳିବ। ତେବେ କୋରାପୁଟ ଜିଲ୍ଲା ପ୍ରଶାସନ ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାସ୍ତାଘାଟ ସହ ପାନୀୟଜଳର ସୁବିଧା କରାଯାଇଥିବାବେଳେ ରାଜ୍ୟସ୍ତରରେ ଅନୁମତିକୁ ଅପେକ୍ଷା କରାଯାଇଛି। ଯଦି ହୁଏ ତେବେ ନଭେମ୍ବର ୧୫ ତାରିଖ ପରେ ପରେ ଏହା ଆରମ୍ଭ କରାଯିବାକୁ ଯୋଜନା ହୋଇଛି। ଅନୁମୋଦନ ମିଳିବା ପରେ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହିଠାରେ ୨୦ରୁ ୨୨ଟି କଟେଜ୍‌ ନିର୍ମାଣ କରାଯିବ। ସୁରକ୍ଷା ବ୍ୟବସ୍ଥା ୨୪ ଘଣ୍ଟିଆ ସେବା ପ୍ରଦାନ କରାଯିବାକୁ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ରହିଥିବା ଜଣାପଡିଛି। ଅନ୍ୟପକ୍ଷରେ ଏହିଠାରେ ମନମୋହିବ କୋରାପୁଟିଆ ଖାଦ୍ୟ ଭଣ୍ଡାର। ଓଟିଡିସି ପକ୍ଷରୁ ସବୁ ବ୍ୟବସ୍ଥା ଗ୍ରହଣ କରାଯିବ। କୋଭିଡ-୧୯ ନିୟମକୁ ମାନି ସବୁ ବ୍ୟବସ୍ଥା ଗ୍ରହଣ କରାଯିବା ଆଶା କରାଯାଉଛି।

ଏ ନେଇ କୋରାପୁଟ ଜିଲ୍ଲାପାଳ ଅବଦ୍ଦୁଲ ଏମ. ଅଖତର କହିଛନ୍ତି ଯେ କୋରାପୁଟ ଜିଲ୍ଲାର ଦେଓମାଳି, ପୁଞ୍ଜିସିଲ୍‌, ଡୁଡୁମା, ରାଣି ଡୁଡୁମା, କୋଲାବ, କୋଟପାଡ, ଗାଲିଗବଦର ପରି ବହିୁ ଦର୍ଶନୀୟ ସ୍ଥାନ ମଧ୍ୟରୁ ପୁଟିସିଲ୍‌କୁ ବାଛାଯାଇଛି। ନଭେମ୍ବର ୧୫ ପରେ ଯେବେ ବି ଚାହିଁବେ ଓଟିଡିସି କାର୍ଯ୍ୟକାରୀ କରିପାରିବେ। ଏ ନେଇ ଆମେ ପ୍ରସ୍ତୁତ ଅଛୁ। ଏହା ମାର୍ଚ୍ଚ ଯାଏ ଚାଲିବାକୁ ରହିଥିବାରୁ ସବୁ ସୁବିଧା କିପରି ପର୍ଯ୍ୟଟକ ପାଇବେ ସେନେଇ ଆମେ ପ୍ରତିଶ୍ରୁତିବଦ୍ଧ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର