ଝାରସୁଗୁଡ଼ା: ସଫ୍ଟୱେର ଡେଭଲପମେଣ୍ଟ ପାଇଁ ଏକ ଇକୋ ସିଷ୍ଟମ ତିଆରି ହୁଏ। ଏହା ତିଆରି ହେବାକୁ ୩୦/୪୦ ବର୍ଷ ଲାଗେ। ଏହା ଗୋଟିଏ କି ଦୁଇ ବର୍ଷର କାମ ନୁହେଁ। ଏଥିପାଇଁ ବାଙ୍ଗାଲୋର ଭଳି ସହରକୁ ଅନେକ ବର୍ଷ ଲାଗି ରହିଥିଲା। ଏଥିପାଇଁ ବିଦ୍ୟାଳୟ ସ୍ତରରୁ ଉଦ୍ୟମ ଆରମ୍ଭ କରିବା ଆବଶ୍ୟକ। ଷଷ୍ଠ ଶ୍ରେଣୀ ଠାରୁ ଏଥିପାଇଁ ପିଲାଙ୍କୁ ଶିକ୍ଷା ଦେବା ଆବାଶ୍ୟକ। ଏଥିପାଇଁ ସମସ୍ତଙ୍କ ସହଯୋଗ ରହିବା ଦରାକାର ବୋଲି ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି।
ଝାରସୁଗୁଡ଼ା ଜିଲ୍ଲାରେ ଥିବା ତିନୋଟି ରେଳ ଡିଭିଜନ ନେଇ କାର୍ଯ୍ୟ ପ୍ରଣାଳିରେ ରହିଥିବା ସମସ୍ୟା ଓ ନୂତନ ଡିଭିଜନ ଗଠନ ନେଇ ମନ୍ତ୍ରୀ ଅନୁଧ୍ୟାନ କରିବା ସହିତ ରେଲୱେ ନୀତି ନିୟମକୁ ଗୁରୁତ୍ବ ଦେଇ ବିଚାର କରାଯିବା ବୋଲି କହିଥିଲେ। ଲୋକପ୍ରିୟତା ପାଇଁ ନିଷ୍ପତ୍ତି ନେବା ଅପେକ୍ଷା ଭାବିଚିନ୍ତି ପଦକ୍ଷେପ ନେବା ଉଚିତ ବୋଲି ମନ୍ତ୍ରୀ କହିଥିଲେ। ଆଜି ଆଲୋଚନା କରି କିଛି ଦିନ ପରେ ନିଷ୍ପତ୍ତି ନିଆଯିବା କଥା। ବିଗତ ଦିନରେ ସେ ଦକ୍ଷିଣ ଓଡ଼ିଶାର କୋରାପୁଟ, ମାଲକାନଗିରି, ଜୟପୁର, ରାୟଗଡ଼ା, ନବରଙ୍ଗପୁର ଗସ୍ତ କରିଥିବା ବେଳେ ସେଠାକାର ସମସ୍ୟା ଶୁଣିଥଲେ। ବଲାଙ୍ଗୀର ଓ କଳାହାଣ୍ଡିକୁ ମଧ୍ୟ ଗସ୍ତରେ ଯାଇ ସେଠାକାର ସମସ୍ୟା ଶୁଣିଥିଲେ। ଏହି ସବୁ ସମସ୍ୟାର ଗୋଟି ଗୋଟି କରି ସମାଧାନ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ବଲାଙ୍ଗୀର-ଖୋର୍ଦ୍ଧା ରେଳପଥ, ମାଲକାନଗିର, ଜୟପୁର, କୋରାପୁଟ, ନବରଙ୍ଗପୁର, ଥିରୁବାଲି-ଗୁଣୁପୁର ଲାଇନର ସମସ୍ୟା ସମାଧାନ କରାଯାଇଛି। ଖୋର୍ଦ୍ଧା ରେଳପଥ କାର୍ଯ୍ୟ ତ୍ବରାନିତ ହୋଇଛି। ଏହି ଓଡ଼ିଶାର ମାଟି ଜଗନ୍ନାଥଙ୍କ ଭୂମି , ଓଡ଼ିଆ ଭାଷାକୁ ଠାକୁର ଗଡ଼ିଛନ୍ତି। ବିଶ୍ବର ଅନ୍ୟ ସମସ୍ତ ଭାଷା ମଣିଷ ତିଆରି କରିଥିବା ବେଳେ କେବଳ ଗୋଟିଏ ଭାଷା ଜଗନ୍ନାଥ ଗଢ଼ିଥିବା ସେ କହିଥିଲେ। ତେଣୁ ଓଡ଼ିଶା ଭଳି ଏକ ପବିତ୍ର ମାଟିର ଉନ୍ନତି ପାଇଁ ସେ ବ୍ୟକ୍ତଗତ ଭାବରେ ଉଦ୍ୟମ କରିବାକ ଖୁବ୍ ଆଗ୍ରହୀ ବୋଲି କହିଥିଲେ।
ଡାକ ବିଭାଗ ଉପରେ ଲୋକଙ୍କ ସଂପୂର୍ଣ୍ଣ ଭରସା ଥିବା ବେଳେ ଏହି ବିଭାଗର ଭବିଷ୍ୟତ ଉଜ୍ବଳ ବୋଲି ମନ୍ତ୍ରୀ କହିଥିଲେ। ଡାକ ବିଭାଗରେ ସ୍ପିଡ଼ପୋଷ୍ଟ ,ପାର୍ସଲ ବ୍ୟବସ୍ଥାକୁ ଲୋକେ ପସନ୍ଦ କରୁଥିବା ବେଳେ ଆଗକୁ ଅନେକ ନୂଆ ସ୍କିମ୍ ମାଧ୍ୟମେ ଡାକ ବିଭାଗର ଉନ୍ନତି କରାଯିବା। ଝାରସୁଗୁଡ଼ା ଜିଲ୍ଲାର ବିଭିନ୍ନ ସମସ୍ୟା ଶୁଣିବା ସହିତ ଏହା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା ହୋଇଛି। ଏହା ଉପରେ ନିଶ୍ଚିତ କାର୍ଯ୍ୟ କରାଯିବ। ସ୍ବତନ୍ତ୍ର ଟେନ୍ ଆଳରେ ଅଧିକ ଟିକେଟ ଆଦାୟ ଉପରେ ମନ୍ତ୍ରୀ କହିଥିଲେ ଯେ, କୋରନା ସ୍ଥିତି ସୁଧୁରିବା ସହିତ ରେଲୱେ ରେ ମଧ୍ୟ ୭୫ ରୁ ୮୦ ପ୍ରତିଶତ ଟ୍ରେନ ନିୟମିତ ହେଲାଣି। ଦେଶର ସବୁ ରାଜ୍ୟ ଓ ସ୍ବାସ୍ଥ୍ୟ ବିଭାଗ ସହିତ ସଂପର୍କ ରହିଛି। ଆଉ ଗୋଟିଏ ଦୁଇମାସ ଅପେକ୍ଷା କରିବା ପରେ ଏହି ସମସ୍ୟା ନିଶ୍ଚିତ ସମାଧାନ ହେବ ବୋଲି ମନ୍ତ୍ରୀ କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/11/4fdbe647-788b-4be1-972c-08db3d08d970.jpg)