ବୀରମହାରାଜପୁର/ଉଲୁଣ୍ଡା: ସୁବର୍ଣ୍ଣପୁର ବନଖଣ୍ଡ ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ହରିହରଯୋର ଡ୍ୟାମଠାରେ ନିର୍ମିତ ଇକୋ ଟୁରିଜିମ ପ୍ରକଳ୍ପ ଗୁରୁବାର ଉଦ୍ଘାଟିତ ହୋଇଛି। ଏଠାରେ ଥିବା ଜଳଭଣ୍ଡାରରେ ପର୍ଯ୍ୟଟକମାନଙ୍କୁ ନୌକାବିହାର ସୁବିଧା ମିଳିପାରିବ। ଏହି ପ୍ରକଳ୍ପକୁ ଆଜି ଅତିଥି ଭାବେ ଆର୍ସିସିଏଫ୍ ଅଶ୍ୱିନୀ କର ଓ ଜିଲ୍ଲାପାଳ ବିମଳେନ୍ଦୁ ରାୟ ଯୋଗଦେଇ ଏହାର ଆରମ୍ଭ କରିଥିଲେ। ଏଠାରେ ବୋଟିଂ, ବିଶ୍ରାମାଗାର, ପିକ୍ନିକ୍ ସ୍ପଟ, ଶୌଚାଳୟ, ଯାନବାହନ ପାର୍କିଂ ବ୍ୟବସ୍ଥା ଆଦି କରାଯାଇଛି। ଏହି ଇକୋ ଟୁରିଜିମ ପରିଚାଳନା ପାଇଁ ଖଜୁରିଆପାଲି ବନ ସୁରକ୍ଷା ସମିତିକୁ ଦାୟିତ୍ବ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ବନଖଣ୍ଡ ଅଧିକାରୀ ମଦନଲାଲ ଶର୍ମା, ଏସିଏଫ୍ ଗିରିଧାରୀ ନାଗ, ଏସିଏଫ୍ ଅବିନାଶ ବରିହା, ବନାଞ୍ଚଳ ଅଧିକାରୀ ସଂଜୀବ ରାଉତ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/post_attachments/wp-content/uploads/2024/01/cb23e855-4a40-4fb3-bf76-66da091b543f.jpeg)
ପ୍ରକାଶଥାଉକି ଜିଲ୍ଲାର ବୀରମହାରାଜପୁର ଉପଖଣ୍ଡରେ ଏହା ଏକ ମାତ୍ର ଇକୋ ଟୁରିଜିମ ପ୍ରକଳ୍ପ। ଏଠାରେ ନୌକାବିହାର ସୁବିଧା ସହ ବିଶ୍ରାମଗାର, ପିକନିକ ସ୍ପଟ, ଶୌଚାଳୟ, ଯାନବାହାନ ପାର୍କିଂ ବ୍ୟବସ୍ତା ସହ ପର୍ଯ୍ୟଟକ ମାନଙ୍କ ସମସ୍ତ ସୁବିଧା ମିଳିପାରିବ। ଡ୍ୟାମ ମଧ୍ୟରେ ନୌକା ବିହାର କରି ପ୍ରକୃତିର ସୌନ୍ଦର୍ଯ୍ୟକୁ ଉପଭୋଗ କରିବାର ସୁବିଧା ସୁଯୋଗ ଉପଲବ୍ଧ କରାଯାଇଅଛି।
/sambad/media/post_attachments/wp-content/uploads/2024/01/0b8d9d12-d4ff-484d-96ce-78d5ca285e77.jpeg)
ଅଂଚଳରେ ପ୍ରଥମ ଇକୋ ଟୁରିଜିମ ପ୍ରକଳ୍ପର ଶୁଭାରମ୍ଭ ହେବା ପରେ ଅଞ୍ଚଳବାସୀଙ୍କ ମନରେ ଉତ୍ସାହ ସୃଷ୍ଟି ହୋଇଛି। ଦୀର୍ଘ ଦିନ ହେଲା ହରିହର ଯୋରରେ ନିର୍ମିତ ଠେଙ୍ଗୋ ଡ୍ୟାମ୍ରେ ଇକୋ ଟୁରିଜିମ୍ ପାଇଁ ଦାବି ହୋଇ ଆସୁଥିଲା। ଅନେକ ଦିନରୁ ବୋଟ୍ ଅଣାଯାଇ ରଖାଯାଇଥିଲା। ବିଭିନ୍ନ ଆଳ ଦେଖାଇ ଏହା ଲୋକାର୍ପିତ ହୋଇ ପାରୁ ନଥିଲା। ଦୁଇଦିନ ତଳେ ବୋଟର କାଚକୁ କିଛି ଦୁର୍ବୃତ୍ତ ଭାଙ୍ଗି ଦେଇଥିଲେ। ବନ ବିଭାଗ ତରଫରୁ ବିଳମ୍ବରେ ହେଲେ ମଧ୍ୟ ବୀରମହାରାଜପୁର ଥାନାରେ ଏକ ମାମଲା ରୁଜ୍ଜୁ ହୋଇଥିଲା । ଆଜି ଅତି ତରବରିଆ ଭାବରେ ଏହି କାର୍ଯ୍ୟକ୍ରମକୁ ଉଦଘାଟନ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/01/ab9271f6-9727-4569-9621-4ce8d6006b3b-1.jpeg)