ଭୁବନେଶ୍ୱର: ଆଜି ବିଧାନସଭାରେ ଓଡ଼ିଶା ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପିତ ହୋଇଛି। ଏଥିରେ ଓଡିଶାର ଅର୍ଥନୈତିକ ବିକାଶ ଜାରି ରହିଥିବା ଦର୍ଶାଯାଇଛି। ଏଥିରେ ଦରଦାମ ନିୟନ୍ତ୍ରଣ, ଶସ୍ୟ ଉତ୍ପାଦନ, ଶିଶୁମୃତ୍ୟୁ ହାର ରୋକିବାରେ ରାଜ୍ୟ ସରକାର ଜାତୀୟ ହାରଠାରୁ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି।
୨୦୧୭-୧୮ରେ ଓଡ଼ିଶାର ଶସ୍ୟ ଉତ୍ପାଦନ ରେକର୍ଡ ହାରରେ ବୃଦ୍ଧିି ପାଇଥିବାରୁ ୨୦୧୭-୧୮ ଆର୍ଥିକ ବର୍ଷରେ ରାଜ୍ୟର ଅର୍ଥନୀତି ୭. ୧୪ ପ୍ରତିଶତ ହାରରେ ପହଞ୍ଚିଥିବା ଦର୍ଶାଯାଇଛିି। ସେହିପରି ଦରଦାମ ନିୟନ୍ତ୍ରଣରେ ଓଡ଼ିଶା ଜାତୀୟ ହାରଠାରୁ ଆଗରେ ରହିଛି। ଓଡିଶା ଅର୍ଥନୈତିକ ସର୍ଭେ ରିପୋର୍ଟରେ ଦର୍ଶାଯାଇଛି ଯେ ଜାତୀୟସ୍ତରରେ ଦରଦାମ ୩ ଦଶମିକ ୧ ହାରରେ ବଢିଥିବା ବେଳେ ଓଡିଶାରେ ଜାତୀୟ ହାରଠାରୁ ଯଥେଷ୍ଟ କମ୍ ଅର୍ଥାତ ୧ ଦଶମିକ ୩ ହାରରେ ଦରଦାମ ବଢିଛି ବୋଲି ଉଲ୍ଲେଖ କରାଯାଇଛି।
ଶିଶୁମୃତ୍ୟୁ ହାର କ୍ଷେତ୍ରରେ ଓଡିଶା ଜାତୀୟ ହାରଠାରୁ ମଧ୍ୟ ବେଶ୍ ଭଲ ସ୍ଥିତିରେ ଥିବା ଦର୍ଶାଯାଇଛି। ଗତ ୧୦ ବର୍ଷ ମଧ୍ୟରେ ଅର୍ଥାତ ୨୦୦୫-୦୬ରୁ ୨୦୧୫-୧୬ରେ ରାଜ୍ୟରେ ପ୍ରତି ୧ହଜାର ଶିଶୁରେ ଶିଶୁମୃତ୍ୟୁ ସଂଖ୍ୟା ୬୫ରୁ ୪୦କୁ କମିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/Assembly_Odisha.jpg)