ବ୍ୟାସନଗର: ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୫ ଦଫା ଦାବି ନେଇ କଳିଙ୍ଗନଗର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣ ୧୪ ଦିନରେ ପହଞ୍ଚିଛି। ଆସନ୍ତାକାଲି ଅର୍ଥନୈତିକ ଅବରୋଧକୁ ସଫଳ କରିବା ପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ସମର୍ଥନ ଘୋଷଣା କରାଯାଇଛି।

Advertisment

ନବ ଉତ୍କଳ ମହିଳା ସମିତି, ବ୍ୟାସ ପ୍ରିଣ୍ଟ ମିଡିଆ ଆସୋସିଏସନ, କ୍ରୀଡ଼ା ଭାରତୀ, ସର୍ବଭାରତୀୟ ମେଡିକାଲ ଆସୋସିଏସନ୍, ମାଲଗୋଦାମ ଲୋକାଲ ଟ୍ରକ ମାଲିକ ସଂଘ, ଯାଜପୁର ରୋଡ ଟ୍ରକ ମାଲିକ ସଂଘ, ଅଟୋ ଚାଳକ ସଂଘ, ବଣିକ ସଂଘ, ସବ ରେଜିଷ୍ଟ୍ରାର ଡୋଲିପୁର ଦଲିଲ୍ ଲେଖକ ସଂଘ, ବ୍ୟାସ ସେନା, ସୁନା ଦୋକାନୀ ସଂଘ, ବିଜେପି ଓ କଂଗ୍ରେସ ଦଳ ବନ୍ଦକୁ ସମର୍ଥନ ଜଣାଇଛନ୍ତି ବୋଲି ନାଗରିକ କମିଟିର ସାଧାରଣ ସମ୍ପାଦକ ଦୁର୍ଯ୍ୟୋଧନ ରାଉତ ସୂଚନା ଦେଇଛନ୍ତି।