‘ଭାଗରେ ୪୦ ହଜାର କୋଟି ପଡ଼ିଲେ ବି ଓଡ଼ିଶା ପାଇଁ ବଡ଼ ସୁଯୋଗ ହେବ’

କେନ୍ଦ୍ର ସରକାରଙ୍କ ଦ୍ବାରା ଘୋଷଣା ହୋଇଥିବା ପ୍ୟାକେଜ୍‌ରେ ଅନେକ କଥା ରହିଛି। ତେବେ ବିଭିନ୍ନ ଗୋଷ୍ଠୀ ଓ ବର୍ଗର ଲୋକେ ତାହାକୁ ଗ୍ରହଣ କରିପାରି ନାହାନ୍ତି। ‌ଅନେକ ବୁଝିପାରିନାହାନ୍ତି। ଆମ ଦେଶରେ ଟଙ୍କାର ଅଭାବ ନାହିଁ। ଯେଉଁ ଘୋଷଣା ହୋଇଛି ତାହାକୁ କିଭଳି ସଦ୍‌ବିନିଯୋଗ କରିପାରିବା। ଆଗରୁ ରେକର୍ଡ ରହିଛି ଯେ ଯେତିକି ଟଙ୍କା ମିଳେ ଆମେ ତାହାକୁ ଖର୍ଚ୍ଚ କରିପାରୁନା। ଏବେ ଯେଉଁ ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜ୍‌ ଘୋଷଣା ହୋଇଛି, ସେଥିରୁ ଓଡ଼ିଶା ଭାଗରେ ଯଦି ୩୦ରୁ ୪୦ ହଜାର କୋଟି ଟଙ୍କା ପଡେ, ତେବେ ତାହା ଆମ ପାଇଁ ବଡ଼ ସୁଯୋଗ ହେବ। ଯେଉଁ ପ୍ରବାସୀମାନେ ଆସୁଛନ୍ତି ‌ସେମାନଙ୍କୁ କିଭଳି ଭାବେ ନିଯୁକ୍ତି ଦେବା, ଅଧିକ ରୋଜଗାର କରିପାରିବେ, କାମ ପାଇବେ ତାହାକୁ ଗୁରୁତ୍ବ ଦେବାକୁ ହେବ। ପ୍ରବାସୀର କାରଣ ଖୋଜିବାକୁ ଏହା ଏକ ସୁଯୋଗ। ସେମାନେ ଆମର ମାନବ ସମ୍ବଳ। ସମସ୍ତଙ୍କର ସ୍କିଲ୍‌ ରହିଛି। ଏହି ସୁଯୋଗରେ ଯଦି ମାନବ ସମ୍ବଳର ବିନିଯୋଗ କରିପାରିବା ଆମେ ଆଗରେ ରହିଛି। କୃଷି ‌କ୍ଷେତ୍ର, ଶିଳ୍ପ କ୍ଷେତ୍ରକୁ ସଜାଡ଼ିବାକୁ ପଡ଼ିବ। ସ୍ବାସ୍ଥ୍ୟ କ୍ଷେତ୍ରକୁ ସୁଦୃଢ଼ କରିବାର ଏହା ମଧ୍ୟ ଆଉ ଏକ ସୁଯୋଗ।

– ଭଗବାନ ପ୍ରକାଶ, ବିଶିଷ୍ଟ ସ୍ତମ୍ଭକାର

ସମ୍ବନ୍ଧିତ ଖବର