ଭୁବନେଶ୍ବର : ଚତୁର୍ଦଶ ଅର୍ଥ ଆୟୋଗ କେନ୍ଦ୍ରୀୟ ଟିକସରୁ ରାଜ୍ୟମାନଙ୍କ ଅଂଶ ପରିମାଣକୁ ୩୨%ରୁ ୪୨%କୁ ବୃଦ୍ଧି କରିଥିଲେ। ଏହି ଆଧାରରେ କେନ୍ଦ୍ର ସରକାର ଦାବି କରୁଥିଲେ, ରାଜ୍ୟମାନେ ଏତେ ଅଧିକ ଅର୍ଥ ପାଇବେ ଯେ ସେମାନେ ସ୍ଥାନୀୟ ସମସ୍ୟାକୁ ଦେଖି ରାଜ୍ୟସ୍ତରରେ ନିଜେ ଉନ୍ନୟନ କାର୍ଯ୍ୟକ୍ରମ କରିବେ। ଖାସ୍ ଏଥିପାଇଁ ଚତୁର୍ଦଶ ଅର୍ଥ ଆୟୋଗ ରାଜ୍ୟମାନଙ୍କୁ ବିଭିନ୍ନ େକ୍ଷତ୍ରରେ ପୂର୍ବରୁ ଦିଆଯାଉଥିବା ସ୍ବତନ୍ତ୍ର ଅନୁଦାନ ଆଦିକୁ ବନ୍ଦ କରିଦେଇଥିଲେ।
ହେଲେ ଗତ ଚାରିବର୍ଷର ସ୍ଥିତି ଅନୁଧ୍ୟାନ କରିବା ପରେ ଯେଉଁ ଚିତ୍ର ସାମ୍ନାକୁ ଆସୁଛି, ତାହା ଚମକାଇ ଦେବା ଭଳି। ଗୋଟିଏ ପଟେ କେନ୍ଦ୍ର ସରକାର ରାଜ୍ୟ ଅଂଶ ବୃଦ୍ଧି କରିଥିଲେ ହେଁ ଚତୁରତାର ସହିତ କେନ୍ଦ୍ରୀୟ ଟିକସରୁ ଓଡ଼ିଶାର ଅଂଶ ଧୀରେ ଧୀରେ କାଟିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ବିଭିନ୍ନ େକନ୍ଦ୍ରୀୟ େଯାଜନାରେ ରାଜ୍ୟ ଅଂଶ ବୃଦ୍ଧି ପାଇବା କାରଣରୁ ଓଡ଼ିଶା ଭଳି ରାଜ୍ୟର ଅର୍ଥନୀତି ଚାପଗ୍ରସ୍ତ ହୋଇଛି।
ଏଭଳି ପୃଷ୍ଠଭୂମିରେ ଏନ୍. କେ. ସି˚ହଙ୍କ ଅଧୢକ୍ଷତାରେ ଗଠିତ ପଞ୍ଚଦଶ ଅର୍ଥ ଆୟୋଗଙ୍କ ଆସନ୍ତା ୮ ତାରିଖରେ ଓଡ଼ିଶା ଗସ୍ତ ରାଜ୍ୟବାସୀଙ୍କ ପାଇଁ ଅନେକ ମହତ୍ତ୍ବ ରଖୁଛି। ଆସନ୍ତା ୨୦୨୦-୨୦୨୫ ମଧୢରେ କେନ୍ଦ୍ର ଓ ରାଜ୍ୟ ମଧୢରେ ଟିକସ ରାଶିର ଆବଣ୍ଟନ ନେଇ ଆୟୋଗ ତାଙ୍କ ସୁପାରିସ େକନ୍ଦ୍ର ସରକାରଙ୍କୁ ଦେବେ। ଏହାରି ଉପରେ ଓଡ଼ିଶାର ଅର୍ଥନୀତିର ସ୍ବାସ୍ଥ୍ୟ ମୁଖ୍ୟତଃ ନିର୍ଭର କରୁଥିବାରୁ ଓଡ଼ିଶା ସରକାରଙ୍କ ସ୍ମାରକ ପତ୍ର ଓ ଆେୟାଗଙ୍କ ନିଷ୍ପତ୍ତି ଏବେ ବୁଦ୍ଧିଜୀବୀ ଓ ରାଜନୈତିକ ମହଲରେ ଉତ୍କଣ୍ଠା ବଢାଇ ଦେଲାଣି।
ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଆେୟାଗ ଓ ତାଙ୍କ ପ୍ରତିନିଧି ୮ ତାରିଖରୁ ତିନିଦିନ ଧରି ରାଜ୍ୟର ଆର୍ଥିକ ସ୍ଥିତି କ’ଣ ରହିଛି ତାହା ପରଖିବେ। ସରକାରଙ୍କ ସହ ଆେଲାଚନା କରିବେ ଏବଂ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ଠାରୁ ଆରମ୍ଭକରି ମହାେଲଖାକାର, ରାଜ୍ୟ ଅର୍ଥ କମିସନ, ଶିଳ୍ପ ପ୍ରତିନିଧି, େଲାକ ପ୍ରତିନିଧି ପ୍ରମୁଖଙ୍କୁ ମଧ୍ୟ େଭଟିବେ। ପୁରୀ, ଗଞ୍ଜାମ, ଚିଲିକା ଗସ୍ତ କରିବେ ଓ ଗଣମାଧ୍ୟମକୁ ମଧ୍ୟ େଭଟିବାର କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗତ କ୍ୟାବିନେଟ ବୈଠକରେ ହିଁ ଏହି ସ୍ମାରକ ପତ୍ରରେ େମାହର ଲାଗିଛି। ଓଡ଼ିଶା ଆସିଲେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ସ୍ମାରକ ପତ୍ର ତାଙ୍କୁ ପ୍ରଦାନ କରାଯିବ।
ପଛୁଆ ଥିବା େକ୍ଷତ୍ର ପାଇଁ ପୂର୍ବଭଳି ସ୍ବତନ୍ତ୍ର ଅନୁଦାନ, ନିୟମିତ ବ୍ୟବଧାନରେ ରାଜ୍ୟ ଫାଇଲିନ୍, ହୁଡହୁଡ, ତିତିଲି ବାତ୍ୟା ଭଳି ପ୍ରାକୃତିକ ବିପର୍ଯ୍ୟୟ ସାମ୍ନା କରୁଥିବା କାରଣରୁ ଏ େକ୍ଷତ୍ରରେ ସ୍ବତନ୍ତ୍ର ପାଣ୍ଠିର ବି ଆବଶ୍ୟକତା, େକନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ବୃଦ୍ଧି କରାଯିବା ତଥା ସ୍ବାୟତ୍ତ ଶାସନ ସଂସ୍ଥାକୁ ଅଧିକ ପୁଞ୍ଜି ନ ଦେଲେ ସାମାନୁପାତିକ ବିକାଶ େସ୍ଲାଗାନରେ ରହିଯାଇପାରେ େବାଲି ରାଜ୍ୟ ସରକାର କମିସନଙ୍କ ନିକଟରେ ଯୁକ୍ତି ରଖିପାରନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୩୦ ବର୍ଷ ଧରି ଅର୍ଥ କମିସନଙ୍କ ସୁପାରିସ ଓ େକନ୍ଦ୍ର ସରକାରଙ୍କ ନିଷ୍ପତ୍ତିକୁ ନଜରରେ ରଖି ଅର୍ଥନୀତିଜ୍ଞମାନେ ଯେଉଁ ଚିତ୍ର ଆଙ୍କୁଛନ୍ତି, ତାହା ସୂଚାଇ ଦେଉଛି େଯ ଓଡ଼ିଶା ଭଳି ରାଜ୍ୟ ଚତୁର୍ଦଶ ଅର୍ଥ ଆେୟାଗଙ୍କ ସୁପାରିସ ଦ୍ବାରା ମାତ୍ରାଧିକ କ୍ଷତି ସହିଛନ୍ତି। ବିକାଶ ବାଟବଣା ହେବା େକ୍ଷତ୍ରରେ ଯେତେସବୁ କାରଣ ରହିଛି, ତାହା ମଧ୍ୟରୁ ଏହା ଏକ କାରଣ େବାଲି ବିଚାର କରାଯାଇପାରେ।
ନବମ ଅର୍ଥ ଆେୟାଗଙ୍କ ସୁପାରିସ କ୍ରମରେ େକନ୍ଦ୍ରୀୟ ଟିକସରୁ ଓଡ଼ିଶାର ଅଂଶ ଥିଲା ୪.୮୫%। ଦ୍ବାଦଶ ଅର୍ଥ ଆେୟାଗ େବଳକୁ ଏହା ବୃଦ୍ଧି ପାଇ ୫.୧୬%ରେ ପହଞ୍ଚିଥିଲା। ହେଲେ ତ୍ରୟୋଦଶ ଅର୍ଥ ଆେୟାଗ ଏହାକୁ ୪.୭୮%କୁ କମାଇଥିବା ବେଳେ ଚତୁର୍ଦଶ ଅର୍ଥ ଆେୟାଗ ଏଥିରେ ସୁଧାର ଆଣିବା ପରିବର୍ତେ ଅଧିକ ବିଗାଡି େଦଇଥିଲେ। େକନ୍ଦ୍ରୀୟ ଟିକସରେ ଓଡ଼ିଶାର ଅଂଶ ପରିମାଣ ୪.୬୬%କୁ ହ୍ରାସ ପାଇଥିଲା।
ସେପଟେ ୨୦୧୫-୧୬ରୁ ୨୦୧୮-୧୯ ଯାଏ ବଜେଟ୍ ବିେଶ୍ଳଷଣ କଲେ ଜଳ ଦଳ ଦିଶୁଛି, ଓଡ଼ିଶା ଗତ ୪ ବର୍ଷ ମଧ୍ୟରେ ପ୍ରାୟ ୧୬ ହଜାର ୯୮୩ େକାଟି ଅର୍ଥାତ୍ ପାଖାପାଖି ୧୭ ହଜାର େକାଟି ଟଙ୍କା େକନ୍ଦ୍ରୀୟ ଟିକସରୁ କମ ପାଇଛନ୍ତି। ପୁଣି ଅଧିକାଂଶ େଯାଜନାରେ ରାଜ୍ୟ ଅଂଶ ବୃଦ୍ଧି ପାଇଛି ଓ େକନ୍ଦ୍ର ଅଂଶ କମିଯାଇଛି। ଏଣୁ ସଂପୃକ୍ତ େଯାଜନାକୁ ଚାଲୁ କରିବା ପାଇଁ ମଧ୍ୟ ଓଡ଼ିଶା ଅର୍ଥନୀତି କଣ୍ଠାଗ୍ରତ ହେଲାଣି।
େଗାଟିଏ ଦୁଇଟି େଯାଜନାକୁ ଉଦାହରଣ ଭାବେ େନଲେ ଅନେକ କଥା ସ୍ପଷ୍ଟ େହାଇଯିବ। ବର୍ତମାନ ସମୟରେ ସବୁଠାରୁ ଚର୍ଚ୍ଚାରେ ଥିବା କୃଷି ଭଳି ସମ୍ବେଦନଶୀଳ େକ୍ଷତ୍ରକୁ ଯଦି ବିଚାରକୁ ନିଆଯାଏ, ତେବେ ଦେଖାଯାଉଛି େଯ େକନ୍ଦ୍ର ସରକାର ପରମ୍ପରାଗତ କୃଷି େଯାଜନାରେ ଏବର୍ଷ ମାତ୍ର ୧ େକାଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ରାଷ୍ଟ୍ରୀୟ କୃଷି ବିକାଶ େଯାଜନାର ଅନୁଦାନ ପରିମାଣ ୨୦୦ େକାଟିରୁ କମି ପ୍ରଥମେ ୧୫୦ େକାଟି ଓ ଏବେ ୧୦୦ େକାଟି ଛୁଇଁଲାଣି।
ରାଜ୍ୟ ସରକାରଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଜିଏସଟି େକ୍ଷତ୍ରରେ ମଧ୍ୟ ଓଡ଼ିଶା କ୍ଷତି ସହୁଛି। ଯଦିଓ ନିୟମ ଅନୁସାରେ େକନ୍ଦ୍ର ସରକାର କ୍ଷତିପୂରଣ ଦେଉଛନ୍ତି ଓ ରାଜ୍ୟ ବର୍ଷକୁ ପ୍ରାୟ ୧୬ ହଜାର ୩୬୮ େକାଟି ଟଙ୍କା ପାଉଛନ୍ତି, ୨୦୨୨ ଅଗଷ୍ଟରୁ କିନ୍ତୁ ରାଜ୍ୟ େଘାର ଆର୍ଥିକ ଦୁଃସ୍ଥିତିକୁ େଠଲି େହାଇଯିବ। କାରଣ, ଜିଏସଟି କ୍ଷତିପୂରଣ ମିଆଦ ୨୦୧୭ ଅଗଷ୍ଟରୁ ୨୦୨୨ ଜୁଲାଇ ଯାଏ ରହିଛି। ଏହା ପରେ େକନ୍ଦ୍ର ସରକାର ଆଉ କ୍ଷତିପୂରଣ ରାଶି ପ୍ରଦାନ କରିବେ ନାହିଁ। ଏଣୁ ଏହି ମିଆଦ ବୃଦ୍ଧି କରାଯିବା, ଅଥବା ରାଜ୍ୟକୁ ନିଜ ଟିକସ ନିଜେ ଆଦାୟ କରିବା ଲାଗି ଓଡ଼ିଶା ଦାବି ରଖିପାରେ।
ଓଡ଼ିଶାର ପାଖାପାଖି ୪୦% ଅନୁସୂଚିତ ଜାତି ଓ ଜନଜାତି ବର୍ଗର। ଏମାନଙ୍କୁ ସମାଜର ମୁଖ୍ୟ ସ୍ରୋତକୁ ଆଣିବା ଲାଗି ଆୟୋଗଙ୍କ ନିକଟରେ ସ୍ବତନ୍ତ୍ର ଅନୁଦାନ ଦାବି ରଖିବ ଓଡ଼ିଶା। େସହିଭଳି େକନ୍ଦ୍ରୀୟ ଟିକସରୁ ରାଜ୍ୟ ଅଂଶ ପରିମାଣକୁ ଅଧିକ ବୃଦ୍ଧି କରାଯିବା, ସମବିକାଶ ପାଇଁ ପଛୁଆ ଥିବା ଅଞ୍ଚଳ ଓ େକ୍ଷତ୍ର ପାଇଁ ଅଧିକ ଅର୍ଥ ଦାବି କରାଯିବ।
ଓଡ଼ିଶା ଏକ ପ୍ରାକୃତିକ ବିପର୍ଯ୍ୟୟ ପ୍ରବଣ ଅଞ୍ଚଳ। ବନ୍ୟା, ବାତ୍ୟା ଏବ˚ ମରୁଡ଼ି ଭଳି ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ କାରଣରୁ ରାଜ୍ୟକୁ ଅନେକ ସମୟରେ ବହୁ ପରିମାଣର ସମ୍ବଳ ହରାଇବାକୁ ପଡ଼ୁଛି। ଏତଦ୍ବ୍ୟତୀତ ରାଜ୍ୟରେ ବହୁଲୋକ ଅ˚ଶୁଘାତ, ଘଡ଼ଘଡ଼ି ଭଳି ପ୍ରାକୃତିକ ବିପର୍ଯ୍ୟୟରେ ପ୍ରାଣ ହରାଉଛନ୍ତି। କିନ୍ତୁ ଏଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ଭାବେ ବିବେଚନା କରାଯାଉ ନଥିବାରୁ କେନ୍ଦ୍ର ସରକାର ଏସବୁ କ୍ଷତି ବାବଦରେ ଟଙ୍କାଟେ ସାହାଯ୍ୟ କରୁନାହାନ୍ତି। ଏଣୁ ଓଡ଼ିଶାର ପ୍ରମୁଖ ଦାବି ମଧ୍ୟରେ ଏହା ସାମିଲ ହେବ।
ଚତୁର୍ଦଶ ଅର୍ଥ କମିସନ େଯଉଁ ଆର୍ଥିକ ପରିଚାଳନା ନୀତି ସୁପାରିସ କରିଥିଲେ, ବର୍ତମାନ ଯାଏ ଓଡ଼ିଶାକୁ ଏହାକୁ ଶତପ୍ରତିଶତ ପାଳନ କରିଛି। ବିତ୍ତୀୟ ନିଅଣ୍ଟ, ଋଣ ଆଦି ସୀମା ଭିତରେ ରହିଛି ଓ ଓଡ଼ିଶା ଆର୍ଥିକ ଶୃଙ୍ଖଳା ରକ୍ଷା କରିପାରିଛି। ଏଣୁ ଏସବୁକୁ ସାମ୍ନାକୁ ଆଣି ଓଡ଼ିଶା ଆେୟାଗଙ୍କ ଉପରେ ଚାପ ସୃଷ୍ଟି କରିପାରେ େବାଲି କୁହାଯାଉଛି।
୨୦୧୯ ଅକ୍ଟୋବର ୩୦ରେ ଅର୍ଥ ଆୟୋଗ ତାର ରିପୋର୍ଟ କେନ୍ଦ୍ର ସରକାରଙ୍କୁ ପ୍ରଦାନ କରିବାଲାଗି ସମୟ ଧାର୍ଯ୍ୟ େହାଇଛି।