ଭୁବନେଶ୍ବର: ପୂର୍ବତଟ ରେଳପଥ ଚଳିତ ଆର୍ଥିକ ବର୍ଷର ପ୍ରଥମାର୍ଦ୍ଧ (ଏପ୍ରିଲ-ସେପ୍ଟେମ୍ବର)ରେ ମାଲ ପରିବହନ ଏବଂ ଯାତ୍ରୀ ପରିବହନରେ ଏକ ପ୍ରଭାବଶାଳୀ ପ୍ରଦର୍ଶନ ପଞ୍ଜିକୃତ କରିଛି, ଯାହା ପୂର୍ବ ବର୍ଷର ସମାନ ସମୟ ତୁଳନାରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି। ଏପ୍ରିଲ-ସେପ୍ଟେମ୍ବର ୨୦୨୫ ମଧ୍ୟରେ ପୂର୍ବତଟ ରେଳପଥ ଗତ ବର୍ଷ ସମାନ ଅବଧିରେ ୧୨୩.୬ ନିୟୁତ ଟନ ତୁଳନାରେ ୧୩୭.୬ ନିୟୁତ ଟନ ମାଲ ପରିବହନ କରିଛି। ଏହା ୧୧.୩୩%ର ଅଭିବୃଦ୍ଧିକୁ ଦର୍ଶାଉଛି।

Advertisment

ମାଲ ପରିବହନ ମଧ୍ୟ ରାଜସ୍ୱ ବୃଦ୍ଧିରେ ଯଥେଷ୍ଟ ଅବଦାନ ରଖିଛି। ପୂର୍ବତଟ ରେଳପଥ ସାମଗ୍ରୀ ପରିବହନରୁ ୧୪,୧୬୨.୫୮ କୋଟି ଆୟ କରିଛି, ଯାହା ଗତବର୍ଷର ସମାନ ଅବଧିରେ ୧୨,୮୦୮.୩୦ କୋଟି ଥିଲା। ଅର୍ଥାତ ୧୦.୫୭% ବୃଦ୍ଧି ହୋଇଛି। ଚଳିତ ବର୍ଷର ପ୍ରଥମାର୍ଦ୍ଧରେ ଜୋନର ମୋଟ ରାଜସ୍ୱ ଆୟ ୧୫,୫୭୧.୦୮ କୋଟିରେ ପହଂଚିଛି, ଯାହା ଗତବର୍ଷ ତୁଳନାରେ ୧୪,୨୨୭.୧୮ କୋଟି ଟଙ୍କା ଥିଲା। ଏହ ଅଭିବୃଦ୍ଧି ୯.୪୫% ବୃଦ୍ଧିକୁ ପ୍ରତିଫଳିତ କରୁଛି।

ଏପ୍ରିଲ-ସେପ୍ଟେମ୍ବର ୨୦୨୫ ମଧ୍ୟରେ ପୂର୍ବତଟ ରେଳପଥ ଗତ ବର୍ଷ ସମାନ ଅବଧିରେ ୧୨୩.୬ ନିୟୁତ ଟନ ତୁଳନାରେ ୧୩୭.୬ ନିୟୁତ ଟନ ମାଲ ପରିବହନ କରିଛି।

ଯାତ୍ରୀ ପରିବହନ କ୍ଷେତ୍ରରେ, ପୂର୍ବତଟ ରେଳପଥ ଏପ୍ରିଲ-ସେପ୍ଟେମ୍ବର ୨୦୨୫ ମଧ୍ୟରେ ୪୮.୨୧ ନିୟୁତ ଯାତ୍ରୀ ପରିବହନ କରିଛି, ଯାହା ପୂର୍ବ ଆର୍ଥିକ ବର୍ଷର ସମାନ ଅବଧିରେ ୪୫.୫୬ ନିୟୁତ ଯାତ୍ରୀ ପରିବହନ କରିଥିଲା। ଏହା ୫.୮୧% ବୃଦ୍ଧିକୁ ସୂଚିତ କରୁଛି।

ମାଲ ପରିବହନ ଏବଂ ଯାତ୍ରୀ କ୍ଷେତ୍ରରେ ଏହି ନିରନ୍ତର ଅଭିବୃଦ୍ଧି ଦକ୍ଷ ଯୋଜନା, ବର୍ଦ୍ଧିତ ପରିଚାଳନା ସହିତ  କୋଇଲା, ଲୁହାପଥର, ସିମେଣ୍ଟ ଏବଂ ସାର ଭଳି ପ୍ରମୁଖ ଶିଳ୍ପରେ ମାଲ ପରିବହନ ଗ୍ରାହକଙ୍କ ସହ ସକ୍ରିୟ ସମନ୍ୱୟର ପରିଣାମ। ପୂର୍ବତଟ ରେଳପଥ ଭାରତର ଲଜିଷ୍ଟିକ୍ସ ଏବଂ ଯୋଗାଣ ଶୃଙ୍ଖଳା ନେଟୱାର୍କକୁ ସୁଦୃଢ଼ ​​କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି, ଦେଶର ଅର୍ଥନୈତିକ ଅଭିବୃଦ୍ଧି ଏବଂ ଗତିଶୀଳତାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ଦେଉଛି।

Indian Railways | East Coast Railways