ଜୟପୁର: ପୂର୍ବତଟ ରେଳବାଇର ୱାଲଟିୟର ଡିଭିଜନ୍ ୧୬୧.୫୩କୋଟି ଟଙ୍କାର ସ୍କ୍ରାପ ବିକ୍ରୀ କରି ନୂଆ ରେକର୍ଡ ସୃଷ୍ଟି କରିଛି। ଯାହା ପୂର୍ବ ବର୍ଷର ଆୟ ତୁଳନାରେ ୭୧.୫% ବୃଦ୍ଧି ପାଇଛି। ଗତ ବର୍ଷର ଲାଭ ଠାରୁ ଅଧିକା ୯୪.୪୨କୋଟି ପାଇଥିବା ଏକ ପ୍ରେସବିଞପ୍ତିରେ ବରିଷ୍ଠ ବାଣିଜ୍ୟ ମଣ୍ଡଳ ପ୍ରବନ୍ଧକ ଏକେ ତ୍ରିପାଠୀ ଜଣାଇଛନ୍ତି।
୨୦୨୦-୨୧ ମସିହାରେ ୧୧୯.୮୧ କୋଟି ଟଙ୍କାର ସର୍ବୋଚ୍ଚ ରାଜସ୍ୱକୁ ଅତିକ୍ରମ କରି ଦକ୍ଷ ଉତ୍ସ ପରିଚାଳନା ଏବଂ ରାଜସ୍ୱ ଉତ୍ପାଦନ ପାଇଁ ଡିଭିଜନର ପ୍ରତିବଦ୍ଧତାକୁ ଦର୍ଶାଇଥିଲା। ଇ-ନିଲାମ ମୋଡ୍ ରେ ସଫଳତାର ସହିତ ବିକ୍ରି ହୋଇଛି।
ଉଲ୍ଲେଖଯୋଗ୍ୟ, ଏଥିରେ ଅନ୍ୟ ପ୍ରକାଶିତ ସାମଗ୍ରୀ ବ୍ୟତୀତ ୮୦ଟି ୱାଗନ୍, ୧୦୩ଟି କୋଚ୍, ୩୫ଟି ଲୋକୋମୋଟିଭ୍ ବିକ୍ରି ଅନ୍ତର୍ଭୁକ୍ତ। କଂଚାମାଲା ପରିଚାଳନା, ସିଭିଲ୍ ଇଞ୍ଜିନିୟରିଂ, ମେକାନିକାଲ୍, କ୍ୟାରେଜ ଏବଂ ୱାଗନ୍, ଲୋକୋ ଶେଡସ୍, ଫାଇନାନ୍ସ ଏବଂ ଅନ୍ୟାନ୍ୟ ବିଭାଗକୁ ଅଭିନନ୍ଦନ ଜଣାଇଛନ୍ତି ଡିଆରଏମ୍ ସୌରଭ ପ୍ରସାଦ। ଏକ ମିଶନ ମୋଡରେ ଏସବୁ ଅବ୍ୟବହୃତ ସାମଗ୍ରୀ ଗୁଡିକ ବିକ୍ରୀ କରି ଡିଭିଜନକୁ ଲାଭ ଆଣି ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/03/jpr-scarp1.jpg)