ଭୁବନେଶ୍ବର : ଆୟ ବହିର୍ଭୂତ ସମ୍ପତ୍ତି ଓ ଠକେଇ ମାମଲାରେ ଛନ୍ଦି ହୋଇଥିବା ବହୁଚର୍ଚ୍ଚିତ ପୂର୍ବତନ ଆଇଏଫ୍ଏସ୍ ଅଭୟକାନ୍ତ ପାଠକଙ୍କ ୬୬ ଲକ୍ଷ ଟଙ୍କାର ସମ୍ପତ୍ତିକୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଟାଚ୍ କରିଛି। ଯେଉଁଥିରେ ପୁଅ ଆକାଶ ପାଠକଙ୍କ ବାହାଘର ପାଇଁ ତାଜ୍ ପ୍ୟାଲେସ୍ରେ ଦିଆଯାଇଥିବା ଅଗ୍ରିମ ୨୦ଲକ୍ଷ ଟଙ୍କା, ଜଣେ ପ୍ରତିଷ୍ଠତ କଣ୍ଠଶିଳ୍ପୀଙ୍କୁ ଦିଆଯାଇଥିବା ୨ଲକ୍ଷ ଟଙ୍କା, ବିଏମ୍ଡବ୍ଲୁ କାର୍ର ବଳକା ଟଙ୍କା ଆଦି ରହିଛି। ତେବେ ପ୍ରିଭେନସନ୍ ଅଫ୍ ମନିଲଣ୍ଡରିଂ ଆଇନ୍ ବଳରେ ଇଡି ସମ୍ପତ୍ତି ଆଟାଚ୍ କରିଛି।
ପ୍ରକାଶ ଥାଉ କି, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ କଟକ ଭିଜିଲାନ୍ସ ସେଲ୍ ଅଭୟକାନ୍ତ ପାଠକ ଓ ତାଙ୍କ ପରିବାର ଲୋକଙ୍କ ନାଁରେ ଥିବା ୯ କୋଟି ୩୫ ଲକ୍ଷ ଟଙ୍କାର ସମ୍ପତ୍ତି ଠାବ କରିଥିଲା। ମାମଲାରେ ଭିଜିଲାନ୍ସ ଅଭୟକାନ୍ତ ଓ ପୁଅ ଆକାଶଙ୍କୁ ଗିରଫ କରିଥିଲା। ପରବର୍ତ୍ତୀ ସମୟରେ ମାମଲାର ତଦନ୍ତ ଇଡି ହାତକୁ ଯାଇଥିଲା। ନିକଟରେ ଇଡି ପୁଅ ଆକାଶଙ୍କ ଦାମୀ ବିଏମ୍ଡବ୍ଲ୍ୟୁ କାରକୁ ଜବତ କରିଥିଲା। ଆୟ ବହିର୍ଭୂତ ସମ୍ପତ୍ତି ଓ ଚାକିରି କରାଇ ଦେବା ନାଁରେ ଅର୍ଥ କାରବାର ମାମଲାର ତଦନ୍ତ ଜାରି ରଖିଛି ଇଡି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/Abhaya-Vigilance3.jpg)