ବାଲେଶ୍ୱର ଆଲଏଜର ୨୪୫ କୋଟିର ସଂପତ୍ତି ଆଟାଚ୍‌

ବାଲେଶ୍ୱର : ବାଲେଶ୍ୱର ଆଲଏଜ କଂପାନୀର ୨୪୪ କୋଟି ୮୯ ଲକ୍ଷ ଟଙ୍କାର ଅସ୍ଥାବର ସଂପତ୍ତିକୁ ଆଜି ନିଜ ଅକ୍ତିଆରକୁ ନେଇଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଆଲଏଜର ସେୟାର ହୋଲ୍ଡର ଥିବା ଗ୍ଲୋବାଲ୍‌ ଷ୍ଟିଲ୍‌ ହୋଲ୍ଡିଂ ଲିମିଟେଡ୍‌ ଓ ଏହାର ଅଧ୍ୟକ୍ଷ ପ୍ରମୋଦ ମିତ୍ତଲ ରାଜ୍ୟ ବେପାର ନିଗମ ସହ ୨,୧୧୨ କୋଟି ଟଙ୍କାର ଅନିୟମିତତା ଏବଂ ପ୍ରତାରଣା କରିବା ନେଇ ଇଡି ଅନୁସନ୍ଧାନ ବେଳେ ଜାଣିବାକୁ ପାଇଥିଲା। ମାର୍ଚ୍ଚ ୧୬ରେ ସିବିଆଇ ଏନେଇ ଏକ ମାମଲା ରୁଜୁ କରିଥିଲା। ଏହାପରେ ମନି ଲଣ୍ଡେରିଙ୍ଗ୍‌ ଆଇନ ଅନୁସାରେ ମାର୍ଚ୍ଚ ୨୯ ତାରିଖରେ ମିତ୍ତଲ, ଜିଏସଏଚଏଲ୍‌ ଓ ଏସଟିସି ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ବାଲେଶ୍ୱର ଆଲଏଜର ଆଟାଚ୍‌ ସଂପତ୍ତି ମଧ୍ୟରେ ମିତ୍ତଲ ଓ ଜିଏସଏଚଏଲର ୩୦.୩୫ ପ୍ରତିଶତ ସେୟାର ରହିଛି। ଏଥିରେ ଭାରତୀୟ ଓ ବହୁ ବିଦେଶୀ ଅର୍ଥ ଲଗାଣକାରୀ ସଂସ୍ଥା ଏବଂ ବ୍ୟକ୍ତିଙ୍କ ପୁଞ୍ଜି ବିନିଯୋଗ ହୋଇଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଜାଣିବାକୁ ପାଇଛି। ବାଲେଶ୍ୱର ଆଲଏଜର ପିଆରଓ ଏସଂପର୍କରେ କହିଛନ୍ତି ଯେ ପୁରୁଣା କେସ୍‌ରେ ଇଡି ସଂପତ୍ତି ଆଟାଚ୍‌ କରିଛି।

ସମ୍ବନ୍ଧିତ ଖବର