ବ୍ୟାଙ୍କ ଋଣ ଠକେଇ ମାମଲାରେ ସମ୍ବଲପୁରସ୍ଥିତ ଭୂଷଣ ପାଓ୍ଵାର ଏଣ୍ଡ ଷ୍ଟିଲ୍ ପ୍ଲାଣ୍ଟକୁ ଆଟାଚ୍‌ କଲା ଇଡି

ଭୁବନେଶ୍ୱର : ଓଡ଼ିଶାର ସମ୍ବଲପୁର ଜିଲ୍ଲାରେ ଥିବା ଭୂଷଣ ପାଓ୍ଵାର ଏଣ୍ଡ ଷ୍ଟିଲର କାରଖାନାକୁ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ (ଇଡି) ଜବତ କରିଛି । ଏସବୁ ସଂପତ୍ତିର ମୂଲ୍ୟ ପ୍ରାୟ ୪୦୨୫ କୋଟି ଟଙ୍କା ହେବ । ଏକ ବ୍ୟାଙ୍କ ଋଣ ଠକେଇ ମାମଲାରେ ଇଡି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।


ଏହି କମ୍ପାନିର ପ୍ରମୋଟର ସିଂଘଲ ପରିବାର ଜାଲ କାଗଜପତ୍ର ଦେଖାଇ ପ୍ରାୟ ୫୫୦୦ କୋଟି ଟଙ୍କାର ଋଣ ନେଇଥିବା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ଆହ୍ଲାବାଦ ବ୍ୟାଙ୍କ ଅଭିଯୋଗ କରିଥିଲେ । ଏହି ଅଭିଯୋଗର ବିଚାର କରି ପିଏମଏଲଏ ( ବେଆଇନ ଅର୍ଥ କାରବାର ନିରୋଧୀ ଆଇନ) କୋର୍ଟ କମ୍ପାନିର କାରଖାନା ଜବତ ପାଇଁ ଇଡିକୁ ନିର୍ଦ୍ଦେଶ ଦେଇଥିଲେ । କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଇଡି ଏହି କାର୍ଯ୍ୟାନୁଷ୍ଠାନ ନେଇଛି । ୧୮୦ ଦିନ ପାଇଁ କମ୍ପାନି ଅଧିନରେ ଥିବା ସମ୍ବଲପୁରସ୍ଥିତ କାରଖାନାକୁ ସିଲ କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ ଏହି କମ୍ପାନିକୁ ଏବେ ଦେବାଳିଆ ଆଇନ ଅନୁସାରେ ବିକ୍ରି କରିବାକୁ ପ୍ରକ୍ରିୟା ଚାଲିଛି । ୧୯,୫୦୦ କୋଟି ବିନିମୟରେ ଜେଏସଡବ୍ଲୁ ଏହାକୁ କିଣିବା ପାଇଁ ସର୍ବୋଚ୍ଚ ବିଡର ହୋଇଛି । ଏହି କମ୍ପାନି ମୁଣ୍ଡରେ ଏବେ ୪୮,୦୦୦ କୋଟିର ବ୍ୟାଙ୍କ ଋଣ ଅଛି ।

ସମ୍ବନ୍ଧିତ ଖବର