ବିଧାୟକ ସନା ମହାକୁଡ଼ଙ୍କୁ ଇଡିର ଜେରା

ଭୁବନେଶ୍ୱର : ଚମ୍ପୁଆ ବିଧାୟକ ସନା ମହାକୁଡ଼ଙ୍କୁ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ( ଇଡି) ଜେରା କରିଛି। ବିଧାୟକ ଶ୍ରୀ ମହାକୁଡ଼ କେତେକ କାଗଜପତ୍ର ଇଡିରେ ଦାଖଲ କରିଛନ୍ତି। ଗତ ଏକ ସପ୍ତାହ ତଳେ ବିଧାୟକଙ୍କୁ ନୋଟିସ୍‌ ଜାରି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟଗତ କାରଣରୁ ସେ ଅନୁପସ୍ଥିତ ରହୁଥିଲେ। ଆଜି ଦିନ ପ୍ରାୟ ୧୧ଟାବେଳେ ସେ ଇଡିରେ ହାଜର ହୋଇଥିଲେ। ସଂଧ୍ୟା ପ୍ରାୟ ସାଢ଼େ ୭ଟାବେଳେ ଇଡି କାର୍ଯ୍ୟାଳୟରୁ ବାହାରିଥିଲେ। ଇଡିର ଜଣେ ଅଧିକରୀ କହିଛନ୍ତି, ମହାକୁଡ଼ ଦାଖଲ କରିଥିବା କାଗଜପତ୍ରର ତର୍ଜମା କରାଯାଉଛି।

ସମ୍ବନ୍ଧିତ ଖବର