ଭୁବନେଶ୍ୱର : ଗ୍ୟାଙ୍ଗ୍ଷ୍ଟର ଡି’ ବ୍ରଦର୍ସ (ଧଳସାମନ୍ତ ଭ୍ରାତା) ଲିଙ୍କ୍ ଘଟଣାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ପାଖରେ ସେମାବାର ହାଜର ହୋଇଛନ୍ତି ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତରାୟ। ଏହି ମାମଲାରେ ଇଡି ତାଙ୍କୁ ନୋଟିସ୍ କରିଥଲା। ଭୁବନେଶ୍ୱରସ୍ଥିତ ଇଡି କାର୍ଯ୍ୟାଳୟରେ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ପ୍ରାୟ ସାଢେ ୩ ଘଣ୍ଟା ଜେରା କରାଯାଇଥଲା। ସେଠାରୁ ବାହାରିବା ପରେ ସେ ସାମ୍ବାଦିକଙ୍କୁ କହିଛନ୍ତି ଯେ ଇଡି ଯାହାସବୁ ଡକ୍ୟୁମେଣ୍ଟ ମାଗିଥିଲା ତାହା ସେ ଦାଖଲ କରିଛନ୍ତି।

Advertisment

୨୦୦୫ରୁ ୨୦୧୦ ମଧ୍ୟରେ ପ୍ରଣବ ବଳବନ୍ତରାୟଙ୍କ ପରିଚାଳିତ ପରିବହନ କମ୍ପାନି ସହ ଡି ବ୍ରଦର୍ସଙ୍କ ହୋଇଥିବା କାରବାର ସମ୍ପର୍କିତ ସମସ୍ତ କାଗଜପତ୍ର ସାଙ୍ଗରେ ଆଣିବା ଲାଗି ନୋଟିସ୍ରେ ଦର୍ଶାଯାଇଥଲା ।
ଧର୍ମଶାଳା ବିଧାୟକ ଶ୍ରୀ ବଳବନ୍ତରାୟଙ୍କର ଗ୍ୟାଙ୍ଗ୍ଷ୍ଟର ଡି’ ବ୍ରଦର୍ସଙ୍କ ସହ ସମ୍ପର୍କ ଥିବା ନେଇ ପୂର୍ବରୁ ଅଭିଯୋଗ ହୋଇ ଆସୁଥିଲା। ପୂର୍ବରୁ ଇଡି ଡି’ ବ୍ରଦର୍ସ ସମ୍ପର୍କରେ ଥିବା ଏକାଧିକ ବସ୍ ମାଲିକ, ଶିଳ୍ପପତି, ଖଣି ମାଲିକ, ବାଲି ମାଫିଆଙ୍କୁ ଡାକି ପଚରା ଉଚରା କରି ସାରିଛି।

ପ୍ରକାଶଥାଉକି, ୨୦୧୪ ମସିହା ସେପ୍ଟେମ୍ବର ମାସରେ ସିବିଆଇ ପକ୍ଷରୁ ଅର୍ଥତତ୍ତ୍ୱ ଚିଟଫଣ୍ଡ୍ ମାମଲାରେ ବିଧାୟକ ଶ୍ରୀ ବଳବନ୍ତରାୟଙ୍କୁ ମଧ୍ୟ ନୋଟିସ୍ କରାଯାଇଥିଲା। ଜୟଦେବ ବିହାର ଛକରେ ଏକ ଜମି କିଣାବିକା ମାମଲାରେ ପଚରା ଉଚରା କରିବା ପାଇଁ ସିବିଆଇ ତାଙ୍କୁ ଡକାଇଥଲା। ପରେ ସେ ସିବିଆଇ କାର୍ଯ୍ୟାଳୟରେ ହାଜର ହୋଇ କାଗଜପତ୍ର ଦେଖାଇଥିଲେ।