ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବରର ଚର୍ଚ୍ଚିତ ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଧିକାରୀଙ୍କ ଆଗରେ ମୁହଁ ଖୋଲିଥିବା ବିଶ୍ବସ୍ତ ସୂତ୍ରରୁ ଜଣାଯାଇଛି। ଆଜି ଇଡି ଅଧିକାରୀମାନେ ଅର୍ଚ୍ଚନା ନାଗ, ଶ୍ରଦ୍ଧାଞ୍ଜଳି ବେହେରା ଓ ଅର୍ଚ୍ଚନା ନାଗଙ୍କ ସ୍ବାମୀ ଜଗବନ୍ଧୁଙ୍କୁ ଜେରା କରିଛନ୍ତି। ଜେରା ସମୟରେ ୪ ଜଣ ଅଧିକାରୀ ଓ ୨ ଜଣ ସାକ୍ଷୀ ଥିଲେ।

Advertisment

ଜେରା ସମୟରେ ଅର୍ଚ୍ଚନାଙ୍କ ବିଷୟରେ ଶ୍ରଦ୍ଧାଞ୍ଜଳି ବେହେରା ଅନେକ ତଥ୍ୟ ଅଧିକାରୀଙ୍କୁ ଦେଇଛନ୍ତି। ଲକ୍ଷାଧିକ ଟଙ୍କା ଆର୍ଥିକ କାରବାର ନେଇ ସେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି ଯେ, ହନିଟ୍ରାପ ଅର୍ଥରୁ ଅର୍ଚ୍ଚନା ସିଂହଭାଗ ନେଉଥିଲେ। ଏଥି ସହିତ ଏହି ମାମଲାରେ ଆଉ କେଉଁମାନେ ସଂପୃକ୍ତ ଥିଲେ, ସେ ନେଇ ମଧ୍ୟ ଅଧିକାରୀମାନଙ୍କୁ କହିଛନ୍ତି। ଜେରା ସମୟରେ ଅର୍ଚ୍ଚନା ଓ ଶ୍ରଦ୍ଧାଞ୍ଜଳିଙ୍କୁ ଅଧିକ ତଥ୍ୟ ମିଳଥିବା ଆଶା କରାଯାଉଛି।

ଏହି ମାମଲାରେ ଜେରା ବେଳେ ଅର୍ଚ୍ଚନା ନାଗ ଅସୁସ୍ଥ ଅନୁଭବ କରୁଥିବା କହିବାରୁ କ୍ୟାପିଟାଲ ହସ୍‌ପିଟାଲ ଡାକ୍ତର ଟିମ୍‌ ଇଡି କାର୍ଯ୍ୟାଳୟରେ ପହଂଚିଥିଲେ। ଆଜି ଅର୍ଚ୍ଚନା-ଶ୍ରଦ୍ଧାଞ୍ଜଳି- ଜଗବନ୍ଧୁଙ୍କୁ ମୁହାଁମୁହିଁ ଜେରା କରିଛି। ତେବେ ଜେରା ଏଡ଼ାଇବାକୁ ଅର୍ଚ୍ଚନା ଅସୁସ୍ଥତା ବାହାନା କରିଥିବା ଚର୍ଚ୍ଚା ହେଉଛି। ଅନ୍ୟପଟରେ ଏହି ମାମଲାରେ ଏକ ପ୍ରତିଷ୍ଠିତ ସୁନା ଦୋକାନର କର୍ମଚାରୀ ହାଜର ହୋଇଛନ୍ତି। ତାଙ୍କୁ ସୁନା କିଣାବିକା ନେଇ ଇଡି ଅଧିକାରୀମାନେ ପଚରାଉଚରା କରିଛନ୍ତି। ଅର୍ଚ୍ଚନା ଦୁଇଟି ଜୁଏଲାରି ସୋ’ରୁମ ଠାରୁ ସୁନା ଗହଣା କିଣିଥିବା ନେଇ ସୂଚନା

ସୂଚନାଯୋଗ୍ୟ ଶ୍ରଦ୍ଧାଞ୍ଜଳି ବେହେରା ତୃତୀୟ ଥର ପାଇଁ ଆଜି ଇଡିରେ ହାଜର ହୋଇଥିଲେ। ଏହା ପୂର୍ବରୁ ସେ ଦୁଇ ଦୁଇ ଥର ଇଡି ଜେରାର ସାମ୍ନା କରିଥିଲେ। ଅର୍ଚ୍ଚନା ନାଗ ଓ ତାଙ୍କ ସ୍ୱାମୀ ଜଗବନ୍ଧୁଙ୍କୁ ଇଡି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେଇ ପଚରାଉଚରା କରୁଛି।