ଭୁବନେଶ୍ବର : ମନି ଲଣ୍ଡ୍ରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଖଣି ମାଲିକ ତଥା କେନ୍ଦୁଝର ଜିଲ୍ଲା ଚମ୍ପୁଆର ପୂର୍ବତନ ବିଧାୟକ ଜିତୁ ପଟ୍ଟନାୟକଙ୍କ ଭୁବନେଶ୍ବରସ୍ଥିତ ଘର ସମେତ ୪ଟି ସ୍ଥାନରେ ଚଢ଼ଉ କରିଛି। ଜିତୁଙ୍କ ଭୁବନେଶ୍ୱର ସୂର୍ଯ୍ୟନଗରସ୍ଥିତ ବାସଭବନ ସହିତ ରସୁଲଗଡ଼ ଅଞ୍ଚଳରେ ଥିବା ଏକ ଆପାର୍ଟମେଣ୍ଟ ଓ କେନ୍ଦୁଝର ଜିଲ୍ଲା ଯୋଡ଼ା ସାଇ ମନ୍ଦିର ନିକଟରେ ଥିବା ତାଙ୍କ ବାସଭବନ ଓ ବଣେଇକଳା ଛକରେ ଥିବା ଖଣି କାର୍ଯ୍ୟାଳୟରେ ଚଢ଼ଉ କରାଯାଇଥିଲା। ୪ଟି ଟିମ୍ ସକାଳ ୮ଟାରୁ ଅପରେସନ୍ ଆରମ୍ଭ କରିଥିଲେ। ବିଳମ୍ବିତ ସମୟ ପର୍ଯ୍ୟନ୍ତ ଚଢ଼ଉ ଜାରି ରହିଥିଲା।
ମନି ଲଣ୍ଡ୍ରିଂ ମାମଲା: ଜିତୁ ପଟ୍ଟନାୟକଙ୍କ ଘରେ ଇଡିର ଚଢ଼ଉ
/sambad/media/post_attachments/wp-content/uploads/2022/05/mla-jitu-patnaik.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)