ରାଉରକେଲାରେ ବ୍ୟବସାୟୀଙ୍କ ଘରେ ଇଡି ଚଢ଼ଉ

ରାଉରକେଲା: ରାଉରକେଲାରେ ଜଣେ ବ୍ୟବସାୟୀଙ୍କ ଘରେ ଇଡି ପକ୍ଷରୁ ଚଢ଼ଉ ଚାଲିଛି। ଭୁବନେଶ୍ୱର ଇଡି କାର୍ଯ୍ୟାଳୟର ତିନିଟି ଟିମ ଏକ କାଳୀନ ଉଦିତନଗର କଚେରୀରୋଡ ସ୍ଥିତ କଦମୱାଲା ଆଣ୍ଡ କୋ ଓ କଦମୱାଲା ଇନସଲଭାନସି ପ୍ରଫେସନାଲ ପ୍ରାଇଭେଟ ଲିମିଟେଡ଼ରେ ସକାଳୁ ଚଢ଼ଉ ଆରମ୍ଭ କରିଛନ୍ତି।

ବ୍ୟବସାୟୀ ଅଜୟ କଦମୱାଲାଙ୍କ ଘରେ ଚଢ଼ାଉ କରିଛି ଇଡି। ଏହାଛଡ଼ା କଚେରି ରୋଡରେ ଥିବା କଦମା ଆଣ୍ଡ କୋ’ର ୩ଟି କାର୍ଯ୍ୟାଳୟରେ ମଧ୍ୟ ଚଢ଼ଉ ଚାଲିଛି । ଭୁବନେଶ୍ୱରରୁ ଦୁଇଟି ଟିମ୍ ରାଉରକେଲାରେ ପହଞ୍ଚି କମ୍ପାନିର ବିଭିନ୍ନ କାଗଜପତ୍ର ଯାଂଚ କରୁଛନ୍ତି। ଦୁଇଟି ଟିମରେ ୮ ଜଣ ଅଧିକାରୀ ଏକସଙ୍ଗେ ଚଢ଼ଉ କରୁଛନ୍ତି । ଦୀର୍ଘ ଦିନରୁ ରାଉରକେଲା କଚେରି ରୋଡରେ କମ୍ପାନିର କାର୍ଯ୍ୟାଳୟ ଥିବା ବେଳେ ଏହା ମାଇନ୍ସ କାରବାର ସହ ଜଡ଼ିତ ଥିବା ଜଣାପଡ଼ିଛି। ଠକେଇ ନେଇ ଅଭିଯୋଗ ହେବା ପରେ ଇଡି ପକ୍ଷରୁ ଚଢ଼ଉ କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର