ଭୁବନେଶ୍ୱର: ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲା । ଅର୍ଚ୍ଚନାକୁ ୧୫ ଦିନ ପାଇଁ ରିମାଣ୍ଡରେ ନେବାକୁୁ ଆବେଦନ କଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ବା ଇଡି । ଜିଲ୍ଲା ଏବଂ ଦୌରା ଜଜଙ୍କ କୋର୍ଟରେ ଏହି ଆବେଦନ କରିଛି ଇଡି । ଅନ୍ୟପଟେ କୋର୍ଟରେ ନିଜ ପକ୍ଷ ରଖିଛନ୍ତି ଇଡି ଓକଲି । କାହିଁକି ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଇଡି ଚାହୁଁଛି ସେନେଇ ସେ କୋର୍ଟଙ୍କ ଆଗରେ ଯୁକ୍ତି ଉପସ୍ଥାପନ କରିଛନ୍ତି । ଓକିଲଙ୍କ କହିବା ମୁତାବକ, ଗୋଟିଏ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଅର୍ଚ୍ଚନାଙ୍କ ଆକାଉଣ୍ଟକୁ ଆସିଛି ।
ଟଙ୍କା ଆସିବା ପରେ ହଠାତ୍ ସେ ଆକାଉଣ୍ଟକୁ ବନ୍ଦ କରିଦିଆଯାଇଛି । ତେବେ ଟଙ୍କା ଆସିବାର ତିନିରୁ ଚାରି ଦିନ ଭିତରେ ଆକାଉଣ୍ଟକୁ ଡିଆକ୍ଟିଭେକ୍ଟ ହୋଇଛି । ତେବେ କ୍ୟାସ୍ ଆକାରରେ କୋଟି କୋଟି ଟଙ୍କା କାରବାର ହୋଇଥିବା ସୁରାକ୍ ପାଇଛି ଇଡି । ତେଣୁ ଏହି ଅର୍ଥନୈତିକ କାରବାରର ଉତ୍ସ ଜାଣିବା ପାଇଁ ଅର୍ଚ୍ଚନାକୁ ରିମାଣ୍ଡରେ ନେବାକୁ ଇଡି ଓକିଲଙ୍କ ପକ୍ଷରୁ ଆବେଦନ କରାଯାଇଛି । ଆଜି ଝାରପଡା ଜେଲରୁ କଡା ସୁରକ୍ଷା ବଳୟରେ ଭୁବନେଶ୍ୱର କୋର୍ଟରେ ପହଞ୍ଚିଥିଲେ ଅର୍ଚ୍ଚନା । ଆଉ ଏହାପରେ କୋର୍ଟରେ ଜଜଙ୍କ ଆଗରେ କାନ୍ଦିଛନ୍ତି ଅର୍ଚ୍ଚନା । ନିଜେ ପକ୍ଷ ରଖିବାକୁ ଜଜଙ୍କ ଆଗରେ କାନ୍ଦି କାନ୍ଦି ଅପିଲ କରିଛନ୍ତି ଏହି ଲେଡି ବ୍ଲାକମେଲର ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/15d45e63-0a72-4a10-ba9e-7a6ec74ada70.jpg)