ଭୁବନେଶ୍ବର: ଟାଟା ମୋଟର୍ସରେ ଚାକିରି ନାଁରେ ଠକେଇ ଓ କଳାଧନର ତଦନ୍ତ କରୁଥିବା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ଆକାଶ ପାଠକଙ୍କ ବିଏମଡବ୍ଲୁ ଗାଡ଼ିକୁ ଜବତ କରିଛି। ଏହି ଗାଡ଼ିକୁ ୨୦୨୦ ଅକ୍ଟୋବର ୫ ତାରିଖରେ କିଣା ଯାଇଥିଲା। ଏହି ଗାଡ଼ିର ଗଞ୍ଜାମ ଆରଟିଓ ରେଜିଷ୍ଟ୍ରେସନ ରହିଛି। ଏ ନେଇ ପୂର୍ବରୁ ଆକାଶ ପାଠକଙ୍କୁ ଇଡି ଜେରା କରି ସାରିଛି।
ଏହି ଗାଡ଼ିକୁ ବିଏମଡବ୍ଲୁ ସୋରୁମରୁ କିଣିଥଲେ ଆକାଶ। ଏନେଇ ଆଗରୁ ସୋରୁମ ମାଲିକ ଚର୍ଚିତ ମିଶ୍ରଙ୍କୁ ଇଡି ପଚରାଉଚରା କରିଥିଲା ଉକ୍ତ ଗାଡ଼ି ମୂଲ୍ୟ ୭୦ ଲକ୍ଷ ଟଙ୍କାରୁ ଅଧିକ ବୋଲି ଜଣାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/01/Akash-Pathak-750x430-1.jpg)