ଅଲମ୍ପିକ୍‌ ଆସୋସିଏସନ ଜମି ଜାଲିଆତି ମାମଲା ନେଇ ତଦନ୍ତ ଆରମ୍ଭ କଲା ଇଡି

ଭୁବନେଶ୍ୱର: ଓଡ଼ିଶା ଅଲମ୍ପିକ୍‌ ଆସୋସିଏସନ ଜମି ଜାଲିଆତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। ଏ ନେଇ ଓଡ଼ିଶା ଅଲମ୍ପିକ୍‌ ଆସୋସିଏସନର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। କେବଳ ଆଶୀର୍ବାଦ ନୁହନ୍ତି, ତାଙ୍କ ପୁଅ ଓ ଜ୍ୱାଇଁଙ୍କ ମାଲିକାନାରେ ଥିବା ଇନ୍‌କମ୍‌ ଆସୋସିଏଟ୍‌ କର୍ତ୍ତୃପକ୍ଷଙ୍କ ବିରୋଧରେ ବି ମାମଲା ରୁଜୁ ହୋଇଛି। ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶରେ ଇଡି ତଦନ୍ତ କରି ଅର୍ଥ ତୋଷରପାତ ଆଇନ ଅନୁଯାୟୀ ମାମଲା ରୁଜୁ କରିଛି।

ସମ୍ବନ୍ଧିତ ଖବର