ଭଦ୍ରକ: ବରପଦା ଇଂଜିନିୟରିଂ କଲେଜ ଜମି ମାମଲାରେ ବିଜେଡି ବିଧାୟକ ପ୍ରଫୁଲ୍ଲ ସାମଲ ତାଙ୍କ ପୁଅ ପ୍ରୟାସକାନ୍ତିଙ୍କୁ ଇଡି ସମନ କରିଛି। ଜମିଜମା ଡକ୍ୟୁମେଣ୍ଟ ସହ ହାଜର ହେବାକୁ ଇଡି କହିଛି।
ଆର୍ଥିକ ଅନିୟମିତତା ନେଇ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଘରେ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଚଢ଼ଉ ପରେ ବିଧାୟକ ଓ ତାଙ୍କ ପୁଅଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। କାରଣ ଗୁରୁବାର ଦିନ ଇଡି ଚଢ଼ଉ କରିଥିବା ବେଳେ ପଳାଶପଲ୍ଲୀସ୍ଥିତ ପୁଅ ପ୍ରୟାସକାନ୍ତିଙ୍କ ଘରୁ ୯ଲକ୍ଷ ଟଙ୍କା ଜବତ କରାଯାଇଥିଲା। ସେହିପରି ସେଠାରୁ ଏକ ଟୋୟୋଟା ଫର୍ଚ୍ୟୁନର ଗାଡ଼ି ମଧ୍ୟ ଜବତ କରାଯାଇଥିଲା।
ଖୋଳତାଡ଼ କରୁ କରୁ ଘଟଣା ପଦାକୁ ଆସିଛି ଯେ, ବରପଦା ଇଞ୍ଜିନିୟରିଂ କଲେଜ ନାଁରେ କିଣାଯାଇଥିବା ଜମିକୁ ଏହି ସଂସ୍ଥାକୁ ଦିଆଯାଇଥିଲା। କଲେଜ ଦୁର୍ନୀତି ମାମଲାରେ ତ୍ରିଷ୍ଣା ସ୍କାଏ ସ୍କ୍ରାପର ନାଁ ଉଠୁଥିବାରୁ ଇଡି ଟିମ୍ ଉକ୍ତ ବିଲଡର ସଂସ୍ଥାର ନିର୍ଦ୍ଦେଶକଙ୍କ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ସେଠାରୁ କିଛି ଜମି କିଣାବିକା କାଗଜପତ୍ର ଜବତ ହୋଇଛି। ଜବତ କାଗଜପତ୍ରରୁ ଜଣାପଡ଼ିଥିଲା ଯେ କଲେଜ ନାଁରେ ଭୁବନେଶ୍ୱରର କଣ୍ଟାବାଡ ଅଞ୍ଚଳରେ ୩୨ ଏକର ଜାଗା କିଣା ଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଜମିକୁ ଉକ୍ତ ବିଲଡର ସଂସ୍ଥା ହାତକୁ ଟେକି ଦିଆଯାଇଥିଲା। ତେବେ ଏହି ହସ୍ତାନ୍ତର ପ୍ରକ୍ରିୟା ଆଇନଗତ ଭାବେ ହୋଇଛି ନା ନାହିଁ ତାହାର ଖୋଳତାଡ଼ କରୁଛି ଇଡି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/02/eea51fd5-0f2d-4bc7-8160-c428e29b0381.jpeg)