ଇଡିଆଇଆଇ ପକ୍ଷରୁ  ଓଡ଼ିଶାରେ ୧୨ ହଜାରରୁ ଅଧିକ ଗ୍ରାମୀଣ ସଂସ୍ଥା ସୃଷ୍ଟି କରାଯିବ

ଭୁବନେଶ୍ୱର: ଏଣ୍ଟରପ୍ରେନୁ୍ୟଅରସିପ୍ ଡେଭେଲପମେଣ୍ଟ ଇନଷ୍ଟିଚୁ୍ୟଟ୍ ଅଫ୍ ଇଣ୍ଡିଆ (ଇଡିଆଇଆଇ) ପକ୍ଷରୁ ଏହାର ଷ୍ଟାର୍ଟଅପ୍ ଭିଲେଜ୍ ଏଣ୍ଟରପ୍ରେନୁ୍ୟଅରସିପ୍ ପ୍ରୋଗ୍ରାମ (ଏସଭିଇପି) ଅଧୀନରେ ଓଡ଼ିଶାରେ ଚାରି ବର୍ଷରେ ୧୨ ହଜାରରୁ ଅଧିକ ଗ୍ରାମୀଣ ସଂସ୍ଥା ସୃଷ୍ଟି କରାଯିବ । ଷ୍ଟାର୍ଟଅପ୍ ଭିଲେଜ୍ କାର୍ଯ୍ୟକ୍ରମ ପାଇଁ ଇଡିଆଇଆଇ ହେଉଛି ଜାତୀୟ ସମ୍ବଳ ସଂଗଠନ ।

ଏହା ଓଡ଼ିଶାର ଆଠଟି ବ୍ଲକରେ ଏହି କାର୍ଯ୍ୟକ୍ରମକୁ କାର୍ଯ୍ୟକାରୀ କରୁଛି ଏବଂ ଏହି ପ୍ରକଳ୍ପ ଅଧୀନରେ ୩୫୦୦ରୁ ଅଧିକ ସଂସ୍ଥାକୁ ସହାୟତା ପ୍ରଦାନ କରିଛି ।ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଇଥିବା ଓଡ଼ିଶାର ଆଠଟି ବ୍ଲକ୍ ହେଉଛି ନୟାଗଡ଼ର ରଣପୁର, ମୟୁରଭଂଜର ମୋରଡା, କେନ୍ଦ୍ରାପଡ଼ାର ମହାକାଳପଡ଼ା, ପୁରୀର ପୁରୀ ସଦର, ଅନୁଗୁଳର ଅନୁଗୁଳ ସଦର, ସୁନ୍ଦରଗଡ଼ର କୁଆଁରମୁଣ୍ଡା, ନବରଙ୍ଗପୁରର ଉମରକୋଟ ଓ ଯାଜପୁରର ଦାନଗଦି । ଏହି ଆଠଟି ବ୍ଲକ୍ ମଧ୍ୟରୁ ରଣପୁର ଓ ମୋରଡ଼ାରେ ପ୍ରଥମ ପର୍ଯ୍ୟାୟରେ (୨୦୧୬-୧୭)ରେ ଏବଂ ପରବର୍ତ୍ତି ୬ ଟି ବ୍ଲକକୁ ୨୦୧୭-୧୮ରେ ସାମିଲ କରାଯାଇଥିଲା । ଓଡ଼ିଶା ଜୀବିକା ମିସନ (ଓଏଲଏମ) ସହଯୋଗରେ ଏହି ପ୍ରକଳ୍ପକୁ କାର୍ଯ୍ୟକାରୀ କରାଯାଇଛି ।

ସମ୍ବନ୍ଧିତ ଖବର