କଲ୍ୟାଣପୁର ପାକ୍ସର ସଂପାଦକ ନିଲମ୍ବିତ

ବିଂଝାରପୁର : କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବିଂଝାରପୁର ଶାଖା ଅଧୀନସ୍ଥ କଲ୍ୟାଣପୁର ପାକ୍ସର ସମ୍ପାଦକ ଅରୁଣ କୁମାର ନାୟକଙ୍କୁ କାର୍ଯ୍ୟରେ ଅବହେଳା ଅଭିଯୋଗରେ ଆଜି ନିଲମ୍ଵନ କରାଯାଇଛି। ଶ୍ରୀ ନାୟକ ନିଜ କାର୍ଯ୍ୟାଳୟକୁ ଆସନ୍ତି ନାହିଁ କି ଚାଷୀଙ୍କ ପ୍ରଧାନମନ୍ତ୍ରୀ ଫସଲବୀମା ପଞ୍ଜୀକରଣ କରିନଥିବା ନେଇ ଚାଷୀମାନଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଅଭିଯୋଗର ତଦନ୍ତକରି ସିଇଓ ବ୍ରଜନନ୍ଦ ମହାପାତ୍ର ସଂପାଦକ ଶ୍ରୀ ନାୟକଙ୍କୁ ନିଲମ୍ଵିତ କରିଛନ୍ତି।

ଏ ସଂପର୍କରେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ବିଂଝାରପୁର ଶାଖାର ଶାଖା ପରିଚାଳିକା ରଶ୍ମିତା ସୂତାରଙ୍କୁ ପଚାରିବାରୁ କାର୍ଯ୍ୟରେ ଅବହେଳା କାରଣରୁ ଶ୍ରୀ ନାୟକ ନିଲମ୍ଵିତ ହୋଇଥିବା କହିଛନ୍ତି।

ସମ୍ବନ୍ଧିତ ଖବର