ଶିକ୍ଷା ସଚେତନତା ରଥର ଶୁଭାରମ୍ଭ

ଖୋର୍ଦ୍ଧା: ଛାତ୍ରଛାତ୍ରୀମାନଙ୍କ ଗୁଣାତ୍ମକ ଶିକ୍ଷା ନିଶ୍ଚିତ କରିବା ଓ ଗ୍ରାମାଂଚଳରେ ସ୍କୁଲ ଶିକ୍ଷା ପ୍ରତି ସଚେତନତା କରାଇବା ପାଇଁ ଆଜି ସମଗ୍ର ଶିକ୍ଷା ପକ୍ଷରୁ ଏକ ଶିକ୍ଷା ସଚେତନତା ରଥର ଶୁଭାରମ୍ଭ କରାଯାଇଛି ।

ସ୍ଥାନୀୟ ବିଜେବି ହାଇସ୍କୁଲ ଠାରେ ଖୋର୍ଦ୍ଧା ବିଧାୟକ ଜ୍ୟୋତିରିନ୍ଦ୍ର ନାଥ ମିତ୍ର ଅତିଥି ଭାବେ ଯୋଗ ଦେଇ ସବୁଜ ପତାକା ଦେଖାଇ ରଥର ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ଶିକ୍ଷାଧିକାରୀ ସଂଧ୍ୟାରାଣୀ ରାଉତ, ବିଜେବି ହାଇସ୍କୁଲର ପ୍ରଧାନ ଶିକ୍ଷକ ଏସ୍କେ ଗୋହର ଅଲ୍ଲୀ, ବିଆରସିସି ସତ୍ୟବାନ ଶ୍ରୀଚନ୍ଦନ, ସହ ଗୋଷ୍ଠୀ ଶିକ୍ଷାଧିକାରୀ ନଳିନୀ ଦେବୀ, ଭରତ ଚନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଚେତନତା ରଥ ସମ୍ପର୍କରେ ସୂଚନା ଦେଇ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତି ରାଉତ କହିଛନ୍ତିଏହି ରଥ ଆସନ୍ତା ୧୩ ତାରିଖ ଯାଏଁ ବ୍ଲକର ବିଭନ୍ନ ଗ୍ରାମାଂଚଳ ବୁଲିବ ।

କରୋନା ମହାମାରୀରେ ୨ ବର୍ଷ ଧରି ସ୍କୁଲ ବନ୍ଦ ଥିଲା । ଅନେକଙ୍କ ସ୍କୁଲ ପ୍ରତି ଆକର୍ଷଣ ହ୍ରାସ ପାଇଛି । ଏହାକୁ ଦୃଷ୍ଟିରେ ରଖି ଛୋଟ ପିଲାଙ୍କ ମଧ୍ୟରେ ସ୍କୁଲ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରାଇବା ଓ ପିତାମାତାଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦେ୍ଦଶ୍ୟରେ ଏହି ରଥ ଆରମ୍ଭ କରାଯାଇଛି ।

କାର୍ଯ୍ୟକ୍ରମକୁ ସିଆରସିସି ଯୁଧିଷ୍ଠିର ସାହୁ, ରବି ନାରାୟଣ ପଣ୍ଡା, ରବି ପ୍ରଧାନ, ଧ୍ରୁବ ଚରଣ ରଣା, ଅମୀୟ କୁମାର ପରିଡ଼ଶ ପ୍ରମୁଖ ପରିଚାଳନାରେ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର