ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝରରେ ହେବ ଶିକ୍ଷା କମ୍ପ୍ଲେକ୍ସ

ଭୁବନେଶ୍ବର : ରାଜ୍ୟ ସରକାର ସୁନ୍ଦରଗଡ଼, ମୟୂରଭଞ୍ଜ ଓ କେନ୍ଦୁଝର ଜିଲ୍ଲାରେ ମେଗା ଶିକ୍ଷା କମ୍ପ୍ଲେକ୍ସ ନିର୍ମାଣ କରିବାକୁ ଯୋଜନା କରିଛନ୍ତି। ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ଏନେଇ ପ୍ରକ୍ରିୟା ଆରମ୍ଭ ହୋଇଥିବାବେଳେ ଓବିସିସିକୁ ଏହାର ଡିପିଆର୍ ପ୍ରସ୍ତୁତ କରିବାକୁ ଦିଆଯାଇଛି। ପ୍ରାୟ ୧୯୫କୋଟି ଟଙ୍କା ବ୍ୟୟରେ ତିନିଟି ଜିଲ୍ଲାରେ ଶିକ୍ଷା କମ୍ପ୍ଲେକ୍ସ ନିର୍ମାଣ ହେବାକୁ ଥିବାବେଳେ ଏହାର ଡିପିଆର୍ ପ୍ରସ୍ତୁତ କରିବାକୁ ୧୨କୋଟି ୬୭ଲକ୍ଷ ୫୦ହଜାର ଟଙ୍କା ଖର୍ଚ୍ଚ ହେବ। ଶିକ୍ଷା କମ୍ପ୍ଲେକ୍ସ ପାଇଁ ମାଷ୍ଟର ପ୍ଲାନ୍, ଯୋଜନାବଦ୍ଧ ସହରୀ ଡିଜାଇନ୍, ପରିଦୃଶ୍ୟ ବାସ୍ତୁକଳା, ଶିକ୍ଷା କମ୍ପ୍ଲେକ୍ସ ଭିତର ପାର୍ଶ୍ବର ରୂପରେଖ, ଗ୍ରାଫିକ ଡିଜାଇନ୍, ସାଇନେଜ୍ ଆଦିର ଡିପିଆର୍ ପ୍ରସ୍ତୁତ କରିବାକୁ ଏକ ଘରୋଇ ସଂସ୍ଥାକୁ ମୁତୟନ କରାଯିବ। ଏହାପରେ ଶିକ୍ଷା କମ୍ପ୍ଲେକ୍ସ ନିର୍ମାଣ ପାଇଁ ଟେଣ୍ଡର ଆହ୍ବାନ ହେବ। ଏହି ଶିକ୍ଷା କମ୍ପ୍ଲେକ୍ସରେ ବିଭିନ୍ନ ଶିକ୍ଷାନୁଷ୍ଠାନ ସମୂହ ରହିବ। ଏଠାରେ ପିଲାଙ୍କୁ ନର୍ସରିରୁ ସ୍ନାତକୋତ୍ତର ପର୍ଯ୍ୟନ୍ତ ଶିକ୍ଷା ଦିଆଯିବ।

ସମ୍ବନ୍ଧିତ ଖବର