ରବିବାର ସ୍କୁଲ ବୁଲିବେ ଗଣଶିକ୍ଷା ବିଭାଗ ଅଧିକାରୀ

ଭୁବନେଶ୍ବର : ବିଦ୍ୟାଳୟ ଓ ଗଣଶିକ୍ଷା‌ ବିଭାଗ ସମେତ ଏହା ଅଧୀନ ବିଭିନ୍ନ ନିର୍ଦେଶାଳୟର ନୋଡାଲ୍‌ ଓ ବରିଷ୍ଠ ଅଧିକାରୀମାନେ ପ୍ରତି ରବିବାର ସ୍କୁଲ ଗସ୍ତ କରିବେ। ଗସ୍ତ ସମୟରେ ସେମାନେ ସ୍କୁଲ ଶିକ୍ଷକମାନଙ୍କ କାର୍ଯ୍ୟକଳାପ ଅନୁଧ୍ୟାନ କରିବେ। ଏଥିସହ ଛାତ୍ରଛାତ୍ରୀଙ୍କ ସୁବିଧା ଅସୁବିଧା କଥା ବୁଝିବେ। ହଷ୍ଟେଲକୁ ଗସ୍ତ କରି ସେଠାରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ। ତେଣୁ ସେମାନଙ୍କ ଗସ୍ତର ସମସ୍ତ ସୁବିଧା କରିବା ଲାଗି ବିଭାଗ ପକ୍ଷରୁ ଆଜି ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଜିଲ୍ଲା ପ୍ରକଳ୍ପ ସଂଯୋଜକଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର