ଶିକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବି: ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ

ଭୁବନେଶ୍ୱର: ପ୍ରଚଳିତ ଶିକ୍ଷା ବ୍ୟବସ୍ଥାରେ ଅଧିକ ଉନ୍ନତି ଆଣିବା ପାଇଁ ଚେଷ୍ଟା କରିବି। ‘କନକ ନ୍ୟୁଜ’ର ଏକ କାର୍ଯ୍ୟକ୍ରମରେ ମଙ୍ଗଳବାର ରାଜ୍ୟ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ଏହା କହିଛନ୍ତି। ସେ କହିଛନ୍ତି, ସରକାରୀ ସ୍କୁଲ ଓ କଲେଜ ଉପରେ ଲୋକଙ୍କର କିପରି ଆସ୍ଥା ବଢ଼ିବ ସେଥି ପ୍ରତି ଦୃଷ୍ଟି ରହିବ।

ସେ କହିଛନ୍ତି, ସରକାରୀ ସ୍କୁଲରେ ଖରାପ ପାଠ ପଢ଼ାଯାଉଛି ମୁଁ ଏକଥାକୁ ଗ୍ରହଣ କରିବି ନାହିଁ। ଆନ୍ଦୋଳନକୁ ଓହ୍ଲାଉଥିବା ଶିକ୍ଷକଙ୍କ ସହିତ ଆଲୋଚନା କରିବ ବୋଲି ଗଣଶିକ୍ଷାମନ୍ତ୍ରୀ ଶ୍ରୀ ଦାଶ କହିଛନ୍ତି।

ସମ୍ବନ୍ଧିତ ଖବର